ନିର୍ବାଚନ କମିସନଙ୍କ ପ୍ରଶଂସାରେ ଶତମୁଖ ପ୍ରଣବ ମୁର୍ଖାଜୀ : ଶୃଙ୍ଖଳିତ ଓ ସୁଚାରୁରୂପେ ନିର୍ବାଚନ ପରିଚାଳନା ହୋଇଛି ବୋଲି କହିଲେ ପୂର୍ବତନ ରାଷ୍ଟ୍ରପତି

179

କନକ ବ୍ୟୁରୋ : ଗୋଟିଏ ପଟେ ନିର୍ବାଚନ କମିସନଙ୍କ ଉପରେ ଲଗାତାର ବର୍ଷୁଛନ୍ତି ବିରୋଧୀ । ବିଜେପି ଓ ମୋଦିଙ୍କ ପ୍ରତି ନିର୍ବାଚନ କମିସନ କୋହଳ ମନୋଭାବ ଦେଖାଉଛନ୍ତି ବୋଲି ଲଗାତାର ଅଭିଯୋଗ ହେଉଛି । ହେଲେ ଏହାରି ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିନ୍ତୁ ନିର୍ବାଚନ କମିସନଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ଅତି ଶୃଙ୍ଖଳିତ ଓ ସୁଚନାରୁରୂପେ ଭାବରେ ସମ୍ପନ୍ନ କରାଇଥିବାରୁ ନିର୍ବାଚନ କମିସନଙ୍କ ପ୍ରଶଂସା କରିଛନ୍ତି । ପ୍ରଣବ ମୁଖାର୍ଜୀ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହି ଟିପ୍ପଣୀ ଦେଇଛନ୍ତି । ସେପଟେ ନିର୍ବାଚନ କମିସନଙ୍କ ଟିପ୍ପଣୀର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ଼ ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ଉପରେ ପକ୍ଷପାତିତା ଅଭିଯୋଗ କରିଛନ୍ତି । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ପ୍ରତି ପାଖରେ ନର୍ବାଚନ କମିସନ ଆତ୍ମସମର୍ପଣ କରିଛନ୍ତି । ନିର୍ବାଚନ କମିସନ୍ ନିରପେକ୍ଷ ନୁଅନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ସୂଚନାଯୋଗ୍ୟ ଆଜି ବିଜେପି ପ୍ରତି କୋହଳ ମନୋଭାବ ନେଇ ୨୨ ବିରୋଧୀ ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଉଛନ୍ତ । ଇଲୋକ୍ଟ୍ରୋନିକ ଭେଣ୍ଡିଂ ମେସିନ(ଇଭିଏମ୍) ଓ ଭିଭିପାଟରେ ଗଡ଼ବଡ଼ି ଅଭିଯୋଗ କରି ନିର୍ବାଚନ କମିସନଙ୍କୁ ଭେଟିବେ ବିରୋଧୀ ଦଳ । ଇଭିଏମରେ ଗଡ଼ବଡ଼ି ଥିବା ନେଇ ଅନେକ ଦିନ ହେଲା ବିରୋଧୀ ଦଳ ଗୁଡ଼ିକ କଥିତ ରୂପରେ ଅଭିଯୋଗ କରିଆସୁଛନ୍ତି । ହେଲେ ଆଜି ଏ ମାମଲାରେ ବିଦ୍ଧିବଦ୍ଧ ଭାବେ ଇସିଙ୍କୁ ଭେଟିବେ । ଆଜି ନିର୍ବାଚନ କମିସନଙ୍କ ସହ ୩ଅପରାହ୍ନ ୩ଟା ପର୍ଯ୍ୟନ୍ତ ବୈଠକ ହେବ ସ୍ପଷ୍ଟ, ହୋଇଛି । ବିରୋଧୀ ଦଳ ବୈଠକରେ କଂଗ୍ରେସ ମଧ୍ୟ ସାମିଲ ରହିଛି ।