କାଲିଠୁ ମୁଁ ସାଧାରଣ ନାଗରିକ ! ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେଶବାସୀଙ୍କୁ ବିଦାୟୀ ସମ୍ବୋଧନ

35

କନକ ବ୍ୟୁରୋ : ଦେଶବାସୀଙ୍କୁ ବିଦାୟୀ ଅଭିଭାଷଣ ଦେଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । କହିଲେ ଆସନ୍ତାକାଲିଠାରୁ ମୁଁ ଆପଣଙ୍କ ପରି ଜଣେ ସାଧାରଣ ନାଗରିକ । ଏଥିସହ ଦେଶର ସର୍ବୋଚ୍ଚ ଆସନରେ ବସାଇଥିବାରୁ ସେ ଦେଶବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି । ଦେଶ ଓ ଦେଶବାସୀଙ୍କଠାରୁ ସେ ଯାହା ପାଇଛନ୍ତି, ସେତିକି ଦେଇପାରି ନାହାନ୍ତି ବୋଲି ତାଙ୍କ ବିଦୀୟ ଅଭିଭାଷଣରେ କହିଛନ୍ତି ପ୍ରଣବ ମୁଖାର୍ଜୀ । ସେହିପରି ପରବର୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ୩୭ ବର୍ଷର ରାଜନୈତିକ କ୍ୟାରିଅର ଓ ୫ବର୍ଷର ରାଷ୍ଟ୍ରପତି ପଦରେ ରହିବା ଭିତରେ ସେ ଅନେକ କିଛି ହାସଲ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।