ମୁଁ ବିଜେଡି ଲୋକଙ୍କ ବିଧାୟିକା ! ଦଳୀୟ ଷ୍ଟାମ୍ପ ମାରି ଜନତାଙ୍କୁ ଭାଗ କଲେ ପ୍ରମିଳା

54

କନକ ବ୍ୟୁରୋ : ନେତା ଦଳର, ହେଲେ ନିର୍ବାଚିତ ପ୍ରତିନିଧି ଜନତାଙ୍କର । ଭାରତୀୟ ଗଣତନ୍ତ୍ରର ଏ ଆଦର୍ଶ ଓ ବିଧିବ୍ୟବସ୍ଥାକୁ ଭୁଲ ବୋଲି କହୁଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । କାରଣ ସମସ୍ତଙ୍କ ଆଗରେ ଚିତ୍କାର କରି କହିଛନ୍ତି, ସେ ବିଜେଡିକୁ ଭୋଟ୍ ଦେଇଥିବା ଜନତାଙ୍କର । ଅନ୍ୟ ଦଳକୁ ଭୋଟ୍ ଦେଇଥିବା ଲୋକଙ୍କ ପାଇଁ ସେ କାମ କରିବେ ନାହିଁ ।

ଯାଜପୁର ଜିଲ୍ଲା ବିନଝାରପୁର ଏମଏଲଏ ପ୍ରମିଳା ମଲ୍ଲିକଙ୍କ ଏ ବିବାଦୀୟ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିର୍ବାଚନୀ କାମରେ ନିଜ ନିର୍ବାଚନୀ ମଣ୍ଡଳୀର ମଙ୍ଗଳପୁର ଗସ୍ତରେ ଥିଲେ ପ୍ରମିଳା । ପୂର୍ବତନ ମନ୍ତ୍ରୀ ତଥା ନିଜ ଅଞ୍ଚଳର ବିଧାୟିକାଙ୍କୁ ଘେରି ଯାଇ କିଛି ଜନତା ନିଜ ଅଭାବ ଅସୁବିଧାର କଥା କହିଥିଲେ । ହେଲେ ସେମାନଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ଯୁକ୍ତି ଆରମ୍ଭ କରି ଦେଇଥିଲେ । ଏପରିକି ଜନତାଙ୍କ ଦେହରେ ଦଳୀୟ ଷ୍ଟାମ୍ପ ମାରି ଭାଗ ଭାଗ କରିଦେଲେ ।

ଯାହା କହୁଛନ୍ତି ଭୁଲ କହୁଛନ୍ତି । ହୁଏତ ବୟାନ ଦେବା ବେଳେ ଏକଥାକୁ ହୃଦବୋଧ କରି ପାରିଥିଲେ ନିର୍ବାଚିତ ପ୍ରତିନିଧି । ତେଣୁ ମୋବାଇଲରେ କଥାବାର୍ତ୍ତାକୁ ରେକର୍ଡ କରୁଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ମଧ୍ୟ ତାଗିଦ କରିଥିଲେ ।
ସେପଟେ ପ୍ରମିଳାଙ୍କ ବୟାନ, ବିରୋଧିଙ୍କୁ ସମାଲୋଚନାର ସୁଯୋଗ ଦେଇଛି । ଏପରିକି ଦଳୀୟ ନେତା କହିଛନ୍ତି ପ୍ରମିଳା କେଉଁ ପରିସ୍ଥିତିରେ ଏମିତି ବୟାନ ଦେଲେ,ସେକଥାକୁ ସେ ନିଜେ କହିପାରିବେ ।