ପ୍ରକାଶ ରାଜଙ୍କ ବଡ ଖୁଲାସା ! ମୋଦିଙ୍କ ବିରୁଦ୍ଧରେ କହି ବଲିଉଡରେ କାମ ପାଉନାହାନ୍ତି ପ୍ରକାଶ ।

2

ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କହିବା କାରଣରୁ ତାଙ୍କୁ ଆଉ ବଲିଉଡରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁନାହିଁ । ଏକ ସାକ୍ଷାତକାରରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାର୍ଟି ବିରୁଦ୍ଧରେ କହିବା କାରଣରୁ ବଲିଉଡରେ ତାଙ୍କୁ ଆଉ ଫିଲ୍ମ ମିଳୁନାହିଁ । ପ୍ରକାଶ ରାଜ ବିଗତ କିଛି ଦିନରୁ ମୋଦି ସରକାରଙ୍କ ରାଜନୀତିକୁ କଡା ବିରୁଦ୍ଧ କରୁଥିବା ନଜର ଆସିଥିଲେ ।

ପ୍ରକାଶ ଏ ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଗତବର୍ଷ ଅକ୍ଟୋବର ମାସରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କହିଥିଲେ ଏହାପର ଠାରୁ ବଲିଉଡ ତାଙ୍କୁ ଫିଲ୍ମ ଦେଉନାହିଁ । ସାଉଥରେ କୌଣସି ସମସ୍ୟା ନାହିଁ, ମାତ୍ର ବଲିଉଡରୁ ତାଙ୍କୁ ଆଉ ଅଫର ନ ଆସୁଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି । ଏଥିପାଇଁ ସେ ଚିନ୍ତିତ ନୁହଁନ୍ତି କି ଟଙ୍କାର ଅଭାବ ତାଙ୍କ ପାଖରେ ନାହିଁ ବୋଲି ପ୍ରକାଶ କହିଛନ୍ତି ।ମୋଦିଙ୍କ ଉପରେ ପ୍ରକାଶ ଦେଇଥିବା ବୟାନ ସେତେବେଳେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ଗୌରୀ ଲଙ୍କେଶଙ୍କ ହତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଚୁପ କାହିଁକି ପ୍ରଶ୍ନ ଉଠାଇଥିଲେ । ପ୍ରକାଶ କହିଛନ୍ତି ସେ ଏହି ସମ୍ପର୍କରେ ଯେତେବେଳେ ବି ସ୍ୱର ଉଠାଇଛନ୍ତି ତାଙ୍କ ପାଟିକୁ ବିଭିନ୍ନ ପ୍ରକ୍ରିୟାରେ ଯେପରିକି ଧଉଳ ଦେଇ କିମ୍ବା ଫିଲ୍ମ ଅଫର ନଦେଇ ଚୁପ କରାଇବା ଚେଷ୍ଟା କରାଯାଇଛି । ଏହାର ମୁଖ୍ୟ କାରଣ ହେଉଛି ବିଜେପି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ପ୍ରକାଶ କର୍ଣ୍ଣାଟକରେ ଏବେ ମୋଦିଙ୍କ ପାର୍ଟି ବିରୁଦ୍ଧରେ ବିଧାନସଭା ଭୋଟ ପାଇଁ କ୍ୟାମ୍ପେନ କରୁଛନ୍ତି ।

Comments are closed.