ପ୍ରୟାଗରାଜରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ପ୍ରକାଶ ଝା : କୁମ୍ଭ ମେଳା ଉପରେ ଆଧାରିତ ହେବ ତାଙ୍କ ଆଗାମୀ ଫିଲ୍ମ

107

ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ପ୍ରକାଶ ଝା ଏହି ଦିନ ପ୍ରୟାଗରାଜରେ । ଗତ ଦୁଇ ଦିନ ହେଲାଣି ସେ କୁମ୍ଭ ମେଳାରେ ଅଛନ୍ତି । ପ୍ରକାଶ ଝା ଅଖାଡାର ସାଧୁ ସନ୍ଥଙ୍କୁ ଭେଟୁଛନ୍ତି । ନାଗା ସାଧୁଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ସେ ନିଜ ଟିମ୍ ସହିତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁଠାରୁ ବଡ ଧାର୍ମିକ ମେଳା କୁମ୍ଭରେ ଭ୍ରମଣ କରୁଛନ୍ତି । ସେ କହିଛନ୍ତି କି, ସେ ଏକ ସିନେମାର ନିର୍ମାଣ କାମ କରୁଛନ୍ତି । ଯାହାର କାହାଣୀରେ କୁମ୍ଭ ମଧ୍ୟ ଏକ ଚରିତ୍ର ଭଳି ଅଛି ।

ପ୍ରକାଶ ଝାଙ୍କ ଏହି ନୂଆ ଫିଲ୍ମର ନାମ ସତସଙ୍ଗ । ସେ ଫିଲ୍ମର ସ୍କ୍ରିପ୍ଟ ବିଷୟରେ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି । କିନ୍ତୁ ଏହି ସୂଚନା ଦେଇଛନ୍ତି କି ହୀରୋର ଏଣ୍ଟ୍ରି କୁମ୍ଭରୁ ହେବ । ସେଥିପାଇଁ ସେ ପ୍ରୟାଗରାଜ ଆସିଛନ୍ତି । ଫିଲ୍ମର ଷ୍ଟାର କାଷ୍ଟଙ୍କୁ ମଧ୍ୟ ଗୋପନୀୟ ରଖାଯାଇଛି । ସତସଙ୍ଗର ଶୁଟିଙ୍ଗ ଅକ୍ଟୋବର ମାସରେ ପ୍ରୟାଗରାଜରେ ଆରମ୍ଭ ହେବ । ଏଥିପାଇଁ ସଙ୍ଗମ କୂଳରେ ବଡ ସେଟ୍ ଲଗାଯିବ । ଯେଉଁଥିରେ ୬ହଜାର କଳାକାରଙ୍କ ଆବଶ୍ୟକତା ଅଛି ।

ପ୍ରକାଶ ଝା ନିଜର ଭିନ୍ନ ଭିନ୍ନ ସିନେମା ପାଇଁ ପ୍ରସିଦ୍ଧ । ଯାହାଙ୍କ କାହାଣୀ ରିଅଲ ହୋଇଥାଏ । ତାଙ୍କୁ ଅନେକ ଜାତୀୟ ଓ ଫିଲ୍ମ ଫେୟାର ଆୱାର୍ଡ ମିଳିଛି । ଗଙ୍ଗାଜଳ, ଅପହରଣ ଓ ଦାମୂଲ ପାଇଁ ପ୍ରକାଶଙ୍କୁ ଜାତୀୟ ପୁରସ୍କାର ମିଳିସାରିଛି । ସେ ଲଗାତାର ୩ଥର ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିସାରିଛନ୍ତି । କିନ୍ତୁ ଭାଗ୍ୟ ତାଙ୍କ ସହିତ ନଥିଲା । ଶେଷ ନିର୍ବାଚନ ବେତିୟାରୁ ୨୦୧୪ରେ ରାମବିଳାସ ପାସୱାନଙ୍କ ଟିକେଟରୁ ଲଢ଼ିଥିଲେ, କିନ୍ତୁ ହାରିଯାଇଥିଲେ ।