ମୁଣ୍ଡରେ ବଲ୍ ବାଜି କ୍ରିକେଟର୍ ପ୍ରଜ୍ଞାନ ଓଝା ଗୁରୁତର

23

କ୍ରିକେଟର ପ୍ରଜ୍ଞାନ ଓଝା ଗୁରୁତର ଆହତ । ଦୁଲୀପ ଟ୍ରଫି ମ୍ୟାଚ ଖେଳୁଥିବା ବେଳେ ତାଙ୍କ ମୁଣ୍ଡରେ ବଲ ବାଜି ଗୁରୁତର ଆହତ ହୋଇଛନ୍ତି । ମିଡ ଅନରେ ଫିଲଡିଂ କରୁଥିବା ବେଳେ ବଲ ଆସି ତାଙ୍କ ମୁଣ୍ଡରେ ବାଜିଥିଲା । ଅଚେତ ଅବସ୍ଥାରେ ତାଙ୍କୁ ତୁରନ୍ତ ହସପିଟାଲ ପଠାଇ ଦିଆଯଇଥିଲା । ତାଙ୍କର ଏମଆରଆଇ ସ୍କାନ କରାଯାଇଥିବା ବେଳେ ତାଙ୍କୁ ଅବଜରଭେସନରେ ରଖାଯାଇଛି । ସୂଚନା ଅନସୁାରେ, ପ୍ରଜ୍ଞାନ ଓଝାଙ୍କୁ ଆମ୍ବୁଲାନସରେ ହସ୍ପିଟାଲ ନେବା ବେଳେ ସେ ଠିକ ଥିବା କହିିଥିଲେ । ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।