ସଇତାନ ମଣିଷ ! ସ୍ୱାମୀକୁ କାରରେ ବନ୍ଦି କରି ୮ ମାସର ଗର୍ଭବତୀଙ୍କୁ ୮ ଜଣ ଦୁର୍ବୃତ୍ତ କଲେ ଗଣଦୁଷ୍କର୍ମ ।

73

ସମାଜରେ ମଣିଷ ଏଭଳି ଅଶୋଭନୀୟ ଏବଂ ଅକଳ୍ପନୀୟ କାର୍ଯ୍ୟ କରିଥାଏ ଯେଉଁଥିରେ ମଣିଷ ଉପରୁ ଭରସା ନାମକ ଶବ୍ଦ ଉଠିଯାଏ । କାମନା,ବାସନା କବଳରେ ମଣିଷ ଏଭଳି ଅନ୍ଧ ହୋଇଯାଏ ଯେ କେଉଁଟା ଠିକ୍ ଏବଂ କେଉଁଟା ଭୁଲ୍ ତାହା ଜାଣିପାରିନଥାଏ । ଆମେ ଆପଣଙ୍କୁ ଏଠାରେ ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାରେ ଘଟିଥିବା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇଦେବ । ଏଠାରେ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ୮ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ଖବର ଏବେ ସାମ୍ମାକୁ ଆସିଛି । ଇତ୍ୟ ସମୟରେ ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହ ଥିଲେ କିନ୍ତୁ ଦୁର୍ବୃତ୍ତ ତାଙ୍କୁ କାର୍ ସିଟରେ ବାନ୍ଧି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

ଖବର ଅନୁସାରେ ଦମ୍ପତି ହୋଟେଲ୍ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିଲେ ଯେଉଁଥିପାଇଁ ତାଙ୍କୁ କର୍ମଚାରୀଙ୍କ ଆବଶ୍ୟକ ଥିଲା ଏଥି ସକାଶେ ସେମାନେ ମୁଖ୍ୟ ଅଭିଯୁକ୍ତ ମୁକୁନ୍ଦ ମାନେଙ୍କୁ ପିଲା ଯୋଗାଡ କରିବାକୁ କହିଥିଲେ । ତେବେ କର୍ମଚାରୀଙ୍କୁ ସାକ୍ଷାତ କରିବା ପାଇଁ ମୁକୁନ୍ଦ ଦମ୍ପତୀଙ୍କୁ ତୁରଚୀ ଫାଟା ଗାଁକୁ ଆସିବାକୁ କହିଥିଲେ ଏବଂ ସାଙ୍ଗରେ ୨୦,୦୦୦ ଟଙ୍କା ଆଡଭାନ୍ସ ଆଣିବାକୁ ମଧ୍ୟ କହିଥିଲେ । ଦମ୍ପତିଙ୍କ କାର୍ ଯେତେବେଳେ ଉକ୍ତ ସ୍ଥାନରେ ପହଞ୍ôଚଥିଲା ସେତେବେଳେ ୮ ଜଣ ଦୁର୍ବୃତ୍ତ ସ୍ୱାମୀଙ୍କୁ ମାଡ ମାରି ତାଙ୍କ ଠାରୁ ସବୁ ଟଙ୍କା ଏବଂ ସୁନାଗହଣା ଲୁଟି ନେଇ କାର୍ ସିଟରେ ବାନ୍ଧିଦେଇଥିଲେ ଏବଂ ମହିଳାଙ୍କୁ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ ।

 

 

ପୀଡିତ ଦମ୍ପତି ଦୁର୍ବୃତ୍ତଙ୍କୁ ଆକୁଳ ନିବେଦନ କରି ଛାଡିଦେବା ପାଇଁ ଗୁହାରି କରିଥିଲେ ମଧ୍ୟ ପିଶାଚ ସାଜିଥିବା ଦୁର୍ବୃତ୍ତ ଦମ୍ପତିଙ୍କ କଥା ନଶୁଣି ଅତ୍ୟାଚାର କରିବାରେ ଲାଗିପଡିଥିଲେ । ଦୁର୍ବୃତ୍ତଙ୍କ ବାସନା ତୃଷ୍ଣା ମେଣ୍ଟି ଯିବା ପରେ ସେମାନେ ଦମ୍ପତିଙ୍କୁ ପୋଲିସ୍ ପାଖକୁ ଗଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ଜୀବନକୁ ଖାତିର ନକରି ଦମ୍ପତି ଆଇନର ଦ୍ୱାରସ୍ତ ହୋଇଛନ୍ତି । ପୋଲିସ୍ ପୀଡିତଙ୍କ ବୟାନ୍ ଅନୁସାରେ ଅଭିଯୁକ୍ତଙ୍କୁ ଠାବ କରିବାକୁ ଚେଷ୍ଟା ଚଲାଇଛି ।