ଦାମ-ବିଷ୍ଣୁ ହାତ ମିଳାଇବା କେତେ କଷ୍ଟ !

23

କନକ ବ୍ୟୁରୋ : ଦାମ-ବିଷ୍ଣୁ ମିଳନରେ ପ୍ରଫୁଲ୍ଲ ସାଜିଲେ ମଧ୍ୟସ୍ଥି । ଦୁଇ ନେତାଙ୍କ ହାତ ଟାଣି ଆଣି ମିଶାଇ ଦେଇଛନ୍ତି । ଜଗତସିଂହପୁର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଜୋର୍ ଜବରଦସ୍ତ ଏହି ଦୁଇ ନେତାଙ୍କ ମିଳନ କରାଉଥିବା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି ।

ତେବେ ଦେଖିବାକୁ ମିଳିଛି ବିଷ୍ଣୁଙ୍କ ସହ ହାତ ମିଶାଇବାକୁ ଦାମ ବାବୁ ଅରାଜି । ପ୍ରଫୁଲ୍ଲ ଗୋଟାଏ ହାତରେ ବିଷ୍ଣୁଙ୍କ ହାତ ଧରିଛନ୍ତିି ତ ଅନ୍ୟ ହାତରେ ଦାମ ବାବୁଙ୍କ ହାତ ଟାଣୁଛନ୍ତି । ହେଲେ ଫୋନରେ ଗପୁଥିବା ଦାମ ବାବୁ ହାତ ବଢାଇବାକୁ ମଙ୍ଗୁ ନାହାନ୍ତି । ଶେଷରେ ଅନେକ ପ୍ରୟାସ ପରେ ଦାମ ଓ ବିଷ୍ଣୁଙ୍କ ହାତ ମିଶାଇବାରେ ସଫଳ ହେଲେ ପ୍ରଫୁଲ୍ଲ ।

ଦାମ-ବିଷ୍ଣୁ ବିବାଦ ପୁରୁଣା । ଗୋଟାଏ ଦଳରେ ଥିବା ସତ୍ୱେ, ଉଭୟ ପରସ୍ପର ଭିତରେ ବିଷ ଓଗାଳନ୍ତି । ଯାହା ଜଗତସିଂହପୁର ଜିଲ୍ଲା ବିଜେଡିକୁ ପ୍ରଭାବିତ କରିବା ସହ ଦଳୀୟ ଶୃଂଖଳାକୁ କାଠଗଡାରେ ଠିଆ କରେ । କିପରି ଗାଁ ଗାଁ ବୁଲି ରାଜ୍ୟ ସରକାରଙ୍କ ସଫଳତା ବଖାଣିବେ, ସେ ନେଇ କାର୍ଯ୍ୟକାରିଣୀରେ ଆଲୋଚନା ହୁଏ । ହେଲେ ଏବେ ବି ଜଗତିସଂହପୁରର ଏହି ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ତିକ୍ତତା ଥିବା ଘଟଣା ହାଟରେ ପଡି ଦାଣ୍ଡରେ ଗଡୁଛି ।