ମନ୍ତ୍ରୀଙ୍କ ମହାନତା ! ଛୁଟିଦିନରେ ପ୍ରଫୁଲ୍ଲ ସାମଲ ଚଢିବେନି ସରକାରୀ ଗାଡି, ନେବେନି ସୁରକ୍ଷା କର୍ମୀ

65

କନକ ବ୍ୟୁରୋ : ଭିଆଇପି ସଂସ୍କୃତିକୁ ନେଇ ବିଜେଡିରେ ବହୁମତ । ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଳ ସାମଲ ସାମ୍ବାଦିକ ସମ୍ମିଳନୀ କରି ସବୁ ଭିଆଇପି ପ୍ରେଟୋକଲକୁ ଛାଡିବା ନେଇ ଘୋଷଣା କରିଛନ୍ତି । ଏମିତିକି ଛୁଟି ଦିନରେ ସେ ସରକାରୀ ଗାଡି ଛାଡି ବାଇକ୍ ଚଢିବାକୁ ନିଷ୍ପତି ନେଇଛନ୍ତି ।

ଭିଆଇପି ସଂସ୍କୃତିକୁ ଉଚ୍ଛେଦ କରିବାକୁ ଯାଇ କେନ୍ଦ୍ର ସରକାର ଗାଡିରୁ ନାଲିବତୀ ହଟେଇଥିଲେ ।ଏବେ ଆଉ ପାଦେ ଆଗକୁ ଯାଇ ରାଜ୍ୟରେ ପ୍ରଥମ ମନ୍ତ୍ରୀ ଭାବେ ପ୍ରଫୁଲ୍ଲ ସାମଲ ସୁରକ୍ଷା ସହ ଆନୁସଙ୍ଗୀକ ସୁବିଧା ସୁଯୋଗ ଗ୍ରହଣ କରିବାକୁ ନା କରିଛନ୍ତି । ଅନ୍ୟ ପଟେ କିନ୍ତୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଏଭଳି ନିଷ୍ପତିକୁ ଅନୁକରଣ କରିବା ପାଇଁ ନାରାଜ ବହୁ ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀ । ଯାହା ନେତା ମନ୍ତ୍ରୀଙ୍କ ଭିଆଇପି କଲଚର ପ୍ରୀତିକୁ ପଦାରେ ପକାଇଛି ।

ଖାଲି ଭିଆଇପି କଲଚର ଛାଡିବା ନୁହେଁ ବରଂ ମନ୍ତ୍ରୀ ମାନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାମବମୂର୍ତୀ ଉପରେ ମଧ୍ୟ ମତ ରଖିଛନ୍ତି ପ୍ରଫୁଲ୍ଲ ସାମଲ । ଏମିତିକି ମାସକ ମଧ୍ୟରେ ନିଜର ସମ୍ପତ୍ତି ତାଲିକାକୁ ସରକାରଙ୍କ ଜରିଆରେ ସର୍ବସାଧାରଣ କରିବା ନେଇ ବି ମନ ସ୍ଥିର କରିଛନ୍ତି ମନ୍ତ୍ରୀ । ହେଲେ ଏହି ତାଲିକା କିନ୍ତୁ ସରକାରୀ ୱେବସାଇଟରେ ଉପଲବ୍ଧ ହେଉନାହିଁ ।

ଭିଆଇପିଗିରୀକୁ ନେଇ ରାଜ୍ୟ ମନ୍ତ୍ରୀଙ୍କ ନାନାମତ ପରେ ଶାସକ ଦଳକୁ କଡା ସମାଲୋଚନା କରିଛି ବିଜେପି । ଭିଆଇପିଙ୍କ ସୁବିଧା ସୁଯୋଗ ନେଇ ପ୍ରଫୁଲ ସାମଲ ଉଦାହରଣ ସୃଷ୍ଟି କଲେ, ଆଉ ଏବେ ନଜର ଅନ୍ୟ ମନ୍ତ୍ରୀ କେବେ ଏହି ପନ୍ଥା ଅନୁସରଣ କରିବେ ।