ପ୍ରେମିକାକୁ ହତ୍ୟା କରି ଅଭିନୟ କରୁଥିଲା ପ୍ରଦ୍ୟୁମ୍ନ ! ସାମ୍ନାକୁ ଆସିଲା ହସିନା ହତ୍ୟାକାଣ୍ଡର ରୋଚକ ତଥ୍ୟ

28

କନକ ବ୍ୟୁରୋ : ପ୍ରେମିକା ହତ୍ୟା କରି ଅଭିନୟ କରୁଥିଲା ପ୍ରେମିକ । ପୁଲିସ ପାଖେପାଖେ ରହି ବାଟବଣା କରିବା ପାଇଁ କରୁଥିଲା ଅନବରତ ପ୍ରୟାସ । ଏକ ତରଫା ପ୍ରେମ କାରଣରୁ କାନନବିହାର ହସିନା ହତ୍ୟାକାଣ୍ଡ ଘଟଣାର ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନ ପରିଡା । କିନ୍ତୁ ହତ୍ୟାକାଣ୍ଡ ପରଠାରୁ ସେ ପୋଲିସର ପାଖେପାଖେ ରହିଥିଲା । ପରିବାର ଲୋକଙ୍କ ପରି ସବୁଠୁ ବେଶୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପୋଲିସକୁ ଚକମା ଦେବାକୁ ଏହି ନୀତି ଆପଣେଇ ଥିଲା ହତ୍ୟାକାରୀ ।

ଏଭଳି କାନ୍ଦ ଦେଖି ପୁଲିସ୍ ବି ପ୍ରଦ୍ୟୁମ୍ନକୁ ଧର୍ଯ୍ୟ ରଖି ଭରସା ରଖିବାର ପ୍ରତିଶ୍ରୁତି ଦେଇଥିଲା । ଦେଖିଲେ ଲାଗୁଥିଲା ସତେ ଯେମିତି ହସିନାଙ୍କ ମୃତ୍ୟୁ ପ୍ରଦ୍ୟୁମ୍ନକୁ ଅଧିକରୁ ଅଧିକ କଷ୍ଟ ଦେଇଛି । ପୁଲିସ୍ ଉପରୁ ବିଶ୍ୱାସ ଉଠାଇ ସାରିଥିବା ଏହି ଯୁବକ ଜଣକ ଗଣମାଧ୍ୟମକୁ ଫୋନ୍ ମାଧ୍ୟମରେ ସମସ୍ତ ତଥ୍ୟ ଦେଇଥିଲେ ।

କିନ୍ତୁ ଗତକାଲି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଥିଲା ପୁଲିସ୍ । ଖୋଲିଥିଲା ହତ୍ୟାକାରୀର ଅସଲ ମୁଖା । ଆଉ ଧରାପଡିଲା ହତ୍ୟାକାଣ୍ଡର ମାଷ୍ଟର୍ ମାଇଣ୍ଡ୍ ପ୍ରଦ୍ୟୁମ୍ନ ପରିଡା । ଆଉ ଗୋଟି ଗୋଟି କରି ବଖାଣିଥିଲା ନିଜ କଳା କାରନାମା ।