ପଦାକୁ ଆସି ପାରିବେନି ପ୍ରଦୀପ ! ଗଣମାଧ୍ୟମ ଆଗରେ ମୁହଁ ଖୋଲି ଅଡୁଆରେ ଅର୍ଥତତ୍ୱ ମୁଖ୍ୟ

31

କନକ ବ୍ୟୁରୋ : ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ଖଳନାୟକ ପ୍ରଦୀପ ସେଠୀଙ୍କୁ ମହଙ୍ଗା ପଡିଲା ମନ୍ତ୍ରୀଙ୍କ ଆଡକୁ ଇଂଗିତ କରିବା । କୋର୍ଟକୁ ନ ଆଣି ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ ଏଟି ମୁଖ୍ୟ । ଏନେଇ କୋର୍ଟଙ୍କ ପାଖରେ ଆବେଦନ କରିଛି କମିସନରେଟ ପୁଲିସ । ବ୍ୟକ୍ତିଗତ ଭାବେ କୋର୍ଟକୁ ନଆଣି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଦୀପ ସେଠୀଙ୍କୁ ହାଜର କରାଇବା ନେଇ ସରକାରୀ ଓକିଲଙ୍କ ଜରିଆରେ ଚିଠି ଲେଖିଛି କମିସନରେଟ ପୁଲିସ ।