କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମିଳିଲା ସର୍ତମୂଳକ ଜାମିନ

33

ନବରଙ୍ଗପୁର : ବହୁ ବାଦ ବିବାଦ ପରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ସର୍ତମୂଳକ ଜାମିନ ମିଳିଛି । ପ୍ରଦୀପଙ୍କ ସହ  ଅନ୍ୟ ୧୮ କଂଗ୍ରେସ କର୍ମୀଙ୍କୁ ମଧ୍ୟ ବେଲ ମିଳିଛି । ଜଣେ  ଜାମିନଦାର ଓ ୨୦ ହଜାର ଟଙ୍କା ବଣ୍ଡରେ ଏହି ଜାମିନ୍ ମଂଜୁର କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ନବରଙ୍ଗପୁର ରାଇଘର ରେଂଜ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ରେଂଜରଙ୍କୁ ମାଡ ଘଟଣାରେ ପ୍ରଦୀପ ମାଝୀଙ୍କ ସମେତ ୧୯ ଜଣ ଜେଲ୍ ଯାଇଥିଲେ । ଗରିବ ଭୂମିହୀନ ଲୋକଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ ଓ ରାସନ କାର୍ଡ ଯୋଗାଇବା ଦାବି ପାଇଁ ବିଶାଳ ରାଲିର ଆୟୋଜନ କରିଥିଲା କଂଗ୍ରେସ । ଏହି ସମୟରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ବେଳେ ଅଭାବନୀୟ ପରିସ୍ଥିତି ସାମ୍ନାକୁ ଆସିଥିଲା । ରେଂଜ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ଧସେଇ ପସିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏପରିକି ରେଂଜର କୁମାର ଖରାଙ୍କୁ ମାଡ ମଧ୍ୟ ମାରିଥିଲେ ।