ମହାରଥୀଙ୍କ ଯାତ୍ରା ହସ ! ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ କଟାକ୍ଷ କଲେ ପଂଚାୟତିରାଜ ମନ୍ତ୍ରୀ

18

କନକ ବ୍ୟୁରୋ : ମନ୍ତ୍ରୀଙ୍କ ଯାତ୍ରା ଷ୍ଟାଇଲ୍ । ଫୁଲ ଯାତ୍ରା ମାର୍କା ଷ୍ଟାଇଲରେ ବିଜେପି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ସମାଲୋଚନା କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ଅମିତ ଶାହାଙ୍କ ଠିକ୍ ଓଡ଼ିଶା ଗସ୍ତ ପୂର୍ବରୁ ମହାରଥୀ କଟାକ୍ଷ କରି କହିଛନ୍ତି- ଯେତେ ଶାହା ଆସିଲେ ବି ଆମର ଜଗନ୍ନାଥ ବାହା । ବିଜେପି ବୁଥକୁ ଫୋକସ୍ କରୁଥିବା ବେଳେ ବିଜେଡିର ନଜର ୱାର୍ଡ ଉପରେ ବୋଲି ମହାରଥୀ କହିଛନ୍ତି ।

ଏମିତି ଦେବଗଡ଼ ଏବଂ ନୂଆପଡ଼ାରେ ବିଜେପିର ପରାଜୟ ନେଇ କଡ଼ା ସମାଲୋଚନା କରିଛନ୍ତି ମହାରଥୀ ।ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । କହିଛନ୍ତି ଆଗାମୀ ଦିନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ସରକାର ଗଙ୍ଘିବାର ସମ୍ଭାବନା ରହିଛି ବୋଲି ପ୍ରଦୀପ ଅନୁଭବ କରିସାରିଲେଣି । ତେଣୁ ସେ ବିଚଳିତ ହୋଇ ଏପରି କହୁଛନ୍ତି  ।