କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପ୍ରଦୀପଙ୍କ ଜବାବ୍ : କହିଲେ, ବର୍ଷ ଶେଷକୁ ଦେଉଛନ୍ତି ଟଙ୍କା ଖର୍ଚ୍ଚ ହେବ କେମିତି

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଜବାବ ଦେଲେ ରାଜ୍ୟ କୃଷି ମନ୍ତ୍ରୀ । ପ୍ରଦୀପ ମହାରଥୀ କହିଲେ ନବୀନ ସରକାରଙ୍କ ଲୋକପ୍ରିୟତା ଦେଖି କେନ୍ଦ୍ର ଛାନିଆ ହୋଇପଡିଛି । ତେଣୁ କେନ୍ଦ୍ରମନ୍ତ୍ରୀ ଘନ ଘନ ଗସ୍ତ କରୁଛନ୍ତି । ନଡିଆ ଉତ୍ପାଦନ ବୃଦ୍ଧି କରିବା ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୫୪.୪୫କୋଟି ଅନୁଦାନ ଦେଇଥିଲେ । ସେଥିରୁ ୪୫.୦୮କୋଟି ଖର୍ଚ୍ଚ ହୋଇଛି । ୩୦.୫୯କୋଟିର ବିନିଯୋଗ ପତ୍ର କେନ୍ଦ୍ରକୁ ଦିଆଯାଇଛି । ଅବଶିଷ୍ଟ ଟଙ୍କା ବର୍ଷ ଶେଷରେ ଆସିବାରୁ ଖର୍ଚ୍ଚ ହୋଇପାରିନାହିଁ । ଏହି ଅର୍ଥକୁ ବିନିଯୋଗ କରି ୟୁସି ଦେବାକୁ ସମୀକ୍ଷା ଚାଲିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ କହିଥିଲେ ଓଡିଶାକୁ ନଡିଆ ଉତ୍ପାଦନରେ ୧ ନମ୍ବର କରିବା ପାଇଁ ରାଜ୍ୟ ସରକାର ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ କେନ୍ଦ୍ର ଦେଉଥିବା ଅନୁଦାନକୁ ଖର୍ଚ୍ଚ କରି ପାରୁ ନାହିଁନ୍ତି ରାଜ୍ୟ ସରକାର ।