ମହାରଥୀଙ୍କ ‘ପିସି’ ବନ୍ଦ ବୈଠକ ! ଗରିବଙ୍କ ପାଇଁ ଯୋଜନାରେ ଆଉ ହେବନାହିଁ ଦୁର୍ନୀତି, କ୍ରାଇମବ୍ରାଂଚ ଓ ଭିଜିଲାନ୍ସର ନିଆଯିବ ସହଯୋଗ

34

କନକ ବ୍ୟୁରୋ : ଚର୍ଚ୍ଚା ହୁଏ ବାବୁଙ୍କୁ ପିସି ନଦେଲେ ହୁଏନି କୌଣସି କାମ । ଅଭିଯୋଗ ହୁଏ ବ୍ଲକ୍ ସ୍ତରରେ ଏବେ ଏହି ପିସି ବା ଲାଂଚ ଆକାରରେ ହାତଗୁଂଜାର ପରିମାଣ ଚାଲିଛି ୧୩ ପ୍ରତିଶତ । ପଂଚାୟତିରାଜ ମନ୍ତ୍ରୀ ଯେତେବେଳେ ଏହି ପିସି କାରବାର ଉପରେ ରୋକ୍ ଲଗାଇବା ପାଇଁ ଅଂଟା ଭିଡିଛନ୍ତି, କନକ ନ୍ୟୁଜ୍ ପ୍ରୟାସ କରିଥିଲା ଏହି ପିସି କାରବାରର ହିସାବ କିତାବ ଉପରୁ ପରଦା ହଟାଇବାକୁ । ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଦେଖନ୍ତୁ-କାହା ପାଖକୁ ଯାଏ କେତେ ପ୍ରତିଶତ ପିସି ।

କନିଷ୍ଠ ଯନ୍ତ୍ରୀ – ୦୩ ପ୍ରତିଶତ
ସହକାରୀ ଯନ୍ତ୍ରୀ -୦୪ ପ୍ରତିଶତ
ବିଡିଓ – ୦୪ ପ୍ରତିଶତ
ଅନ୍ୟାନ୍ୟ ବାଟରେ -୦୨ ପ୍ରତିଶତ

ଅର୍ଥାତ୍ ୧୩ ପ୍ରତିଶତ ପିସି ବ୍ୟବସ୍ଥାରେ ହୁଏ ଜନକଲ୍ୟାଣ ଯୋଜନାର ରୁପାୟନ । ଧରି ନିଅନ୍ତୁ ବ୍ଲକ୍ ସ୍ତର ଗୋଟିଏ କାମ ପାଇଁ କୋଟିଏ କୋଟି ଟଙ୍କା ଆସିଛି, ଦେଖନ୍ତୁ କାହା ଭାଗରେ କେତେ ଟଙ୍କା ପଡୁଛି ।

କନିଷ୍ଠ ଯନ୍ତ୍ରୀଙ୍କ ଭାଗରେ-୩ ଲକ୍ଷ ଟଙ୍କା
ସହକାରୀ ଯନ୍ତ୍ରୀ- ୪ଲକ୍ଷ ଟଙ୍କା
ବିଡିଓ – ୪ଲକ୍ଷ ଟଙ୍କା
ଅନ୍ୟାନ୍ୟ ବାଟରେ ଯାଏ ୨ଲକ୍ଷ ଟଙ୍କା
ମୋଟ୍ ଉପରେ ୧୩ ଲକ୍ଷ ଟଙ୍କା ପିସି ଆକାରରେ ଯାଏ ।

ଆଉ ଏହି ପିସି କାରବାର ରୋକି ପାଇଁ ଅଂଟା ଭିଡିଛନ୍ତି ପଂଚାୟତି ରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ସଚିବାଳୟରେ ତାଙ୍କ ବିଭାଗର ସମୀକ୍ଷା କରି ସିପି ବ୍ୟବସ୍ଥା ରୋକିବା ପାଇଁ ଗଢ଼ିଛନ୍ତି ୩ଟି ଟାସ୍କଫୋର୍ସ । ଏହି ଟିମ୍ ଅଚାନକ୍ ବ୍ଲକ ଏବଂ ପଂଚାୟତ ସମିତି କାର୍ଯ୍ୟାଳୟ ପରିଦର୍ଶନ କରି ଏହା ଉପରେ ନଜର ରଖିବେ । ଆଉ ବିଭିନ୍ନ ଯୋଜନାର ସୁଫଳ ଯେଭଳି ବିନା ଦୁର୍ନୀତିରେ ପହଂଚିବ ସେଥିପାଇଁ ଜାରି କରାଯିବ ଟୋଲ୍ ଫ୍ରି ନମ୍ବର ।

ମନ୍ତ୍ରୀ ପ୍ରଦୀପ ମହାରଥୀ ଆରମ୍ଭ କରିଥିବା ଏହି ପ୍ରୟାସ, ଆଶା କରିବା ଅନ୍ୟ ବିଭାଗର ମନ୍ତ୍ରୀ ମଧ୍ୟ ଆପଣାଇବେ । ଏହ ରାଜ୍ୟରେ ହେଉଥିବା ପ୍ରତିଟି କାମ ଦୁର୍ନତି ମୁକ୍ତା ବା ପିସି ମୁକ୍ତ ହୋଇପାରିବ ।