ପ୍ରଦୀପ ଅମାତ ହେଲେ ବାଚସ୍ପତି ! ଗୃହରେ ବିଧିବଦ୍ଧ ଭାବେ ଘୋଷଣା କଲେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି

97

କନକ ବ୍ୟୁରୋ : ପୂବର୍ତନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ନିଦ୍ୱର୍ନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଅମାତଙ୍କୁ ବାଚସ୍ପତି କରାଇବା ପାଇଁ ଗୃହର ନେତା ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ସମର୍ଥନ ମିଳିଲା । ତେବେ ଅମାତଙ୍କ ପଦକୁ ସ୍ୱାଗତ କରିଥିବା ବିରୋଧୀ ଦଳ ଆଣିଲା ଅଭିଯୋଗ । ବାଚସ୍ପତି ମନୋନୟନ ପୂର୍ବରୁ ଶାସକ ଦଳ ବିରୋଧୀ ଦଳ ସହ ଆଲୋଚନା କରିଥିଲେ ସଂସଦୀୟ ଗଣତନ୍ତ୍ରର ଉଚ୍ଚ ମୂଲ୍ୟବୋଧ ରକ୍ଷା କରାଯାଇ ପାରିଥାନ୍ତା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମତ ଦେଇଥିଲେ । ଏହା ସତ୍ୱେ, ଗୃହର ସମ୍ମାନାର୍ଥେ ବାଚସ୍ପତିଙ୍କୁ ସବୁ ପ୍ରକାର ସହଯୋଗ ମିଳିବ ବୋଲି ସେ କହିଛନ୍ତି । ବିରୋଧୀ ଦଳଙ୍କ ଏପରି ମତ ଦ୍ୱାରା ଗୃହ ଆହୁରି ଭଲ ଭାବେ ଚାଲି ପାରିବ ବୋଲି ସରକାରୀ ଦଳ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି । ସେପଟେ ଗୃହ ଚଲାଇବାରେ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ପ୍ରଦୀପ ଅମାତ ।