ଚାଷୀଙ୍କୁ ପ୍ରଲୋଭିତ କରିବାକୁ ସରକାରଙ୍କ ଉଦ୍ୟମ: ବାର୍ଷିକ ୬ ହଜାର ଟଙ୍କା ପାଇବେ କୃଷକ,ଜାଣନ୍ତୁ କିଭଳି ଓ କେଉଁ ଚାଷୀଙ୍କୁ ମିଳିବ ଏହି ସୁବିଧା

424

ଚଳିତ ବର୍ଷର ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସରକାର ୨୦୨୨ ପର୍ଯ୍ୟନ୍ତ କୃଷକଙ୍କର ଆୟ ଦୁଇଗୁଣା କରିବାର ଲକ୍ଷକୁ ପୁରଣ କରିବା ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ଲାଭ ଦେଶର ୧୨ କୋଟି ଚାଷୀକୁ ମିଳିବ । ତେବେ ତିନୋଟି ରାଜ୍ୟରେ ଚାଷୀ ପ୍ରସଙ୍ଗରେ ପରାଜୟର ମୁହଁ ଦେଖିବା ପରେ ସରକାର ଚାଷୀଙ୍କୁ ନେଇ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ ଚାଷୀଙ୍କୁ କିଭଳି ମିଳିବ..

ଯୋଜନା ସଂପର୍କିତ ତଥ୍ୟ

• ସରକାର ଫସଲଗୁଡିକର ଏମଏସପି ଦର ଦେଢଗୁଣା କରିବାକୁ ଘୋଷଣା କରିଛନ୍ତି ।

• ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ।

• ଏହି ଟଙ୍କା କୃଷକଙ୍କ ଖାତାରେ ସିଧାସଳଖ ଭାବେ ୩ଟି କିସ୍ତିରେ ପଠାଯିବ

• ଏହି ଯୋଜନାରେ ଦେଶର ୧୨କୋଟି ଚାଷୀ ଉପକୃତ ହେବ

• ପିଛିଲା ଭାବେ ଏହି ବ୍ୟବସ୍ଥା ୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହେବ

• କୃଷକ ନିଧି ପାଇଁ ୧୫ ହଜାର କୋଟି ଟଙ୍କାର ଆବଂଟନ କରାଯାଇଛି ।

• ୨୦୨୨ ସୁଦ୍ଧା କୃଷକଙ୍କର ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ରହିଛି

• ତେବେ ପ୍ରଥମ କିସ୍ତି ଆଗାମୀ ମାସର ୩୧ ତାରିଖ ସୁଦ୍ଧା ଚାଷୀଙ୍କ ଖାତାକୁ ପଠାଇଦିଆଯିବ ।