ମନ୍ତ୍ରୀଙ୍କୁ ଇଙ୍ଗିତ କରିବା ପଡିଲା ମହଙ୍ଗା ! ବ୍ୟକ୍ତିଗତ ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ ପ୍ରଦୀପ ସେଠୀ

27

କନକ ବ୍ୟୁରୋ : ଅର୍ଥତତ୍ୱ ଚିଟଫଣ୍ଡ ଠକେଇର ଖଳନାୟକ ପ୍ରଦୀପ ସେଠୀଙ୍କୁ ମହଙ୍ଗା ପଡିଲା ମନ୍ତ୍ରୀଙ୍କ ଆଡକୁ ଇଙ୍ଗିତ କରିବା । କୋର୍ଟକୁ ନ’ଆଣି ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ ଏଟି ମୁଖ୍ୟ । ଏନେଇ କୋର୍ଟଙ୍କ ପାଖରେ ଆବେଦନ କରିଛି କମିଶନରେଟ ପୁଲିସ । ବ୍ୟକ୍ତିଗତ ଭାବେ କୋର୍ଟକୁ ନ’ଆଣି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଦୀପ ସେଠୀଙ୍କୁ ହାଜର କରାଇବା ନେଇ ସରକାରୀ ଓକିଲଙ୍କ ଜରିଆରେ ଚିଠି ଲେଖିଛନ୍ତି ପୁଲିସ କମିଶନର । ଏ’ନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।