ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ନାତିଙ୍କ ନିଖୋଜ ନେଇ ବିଜେପିର ସାଂଘାତିକ ଅଭିଯୋଗ ! କହିଲେ, ଲୁଚାଇ ରଖିଛି ବିଜେଡି

19

କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ଦାୟାଦ ମୋଦିଙ୍କଠାରୁ ପୁରସ୍କାର ଗ୍ରହଣ ପରେ ବାବୁଲାଙ୍କ ଜୟପୁର ଘରକୁ ନଫେରିବା ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଘଟଣା ପଛରେ ବିଜେଡିର ଦୁଇ ନେତା ମନ୍ତ୍ରୀ ପ୍ରଣବପ୍ରକାଶ ଦାସ ଓ ରବି ନନ୍ଦଙ୍କୁ ସେ ଟାର୍ଗେଟ କରିଛନ୍ତି ।

ତେବେ ସେ କହିଛନ୍ତି, ବାବୁଲାଙ୍କୁ ଅପହରଣ କରାଯାଇଛି । ଏହି ଷଡଯନ୍ତ୍ର ପଛରେ ଏହି ଦୁଇ ନେତାଙ୍କ ହାତ ରହିଛି । ଉଭୟଙ୍କ କଲ ରେକର୍ଡ ଯାଂଚ କରିବାକୁ ସେ ଦାବି କରିଛନ୍ତି । ବାବୁଲାର ଜୀବନ ବିପଦରେ ଅଛି ବୋଲି ଦାବି କରିଛି ବିଜେପି ।

ସେପଟେ ବିଜେପିର ଅଭିଯୋଗ ନେଇ ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି,ଯଦି ପ୍ରମାଣ ଅଛି ବିଜେପି ଅଭିଯୋଗ କରୁ । ଯଦି ଏହା ଅସତ୍ୟ ହୁଏ ତାହାହେଲେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ-