ବିଭାଗୱାରୀ ସମୀକ୍ଷାକୁ ନେଇ ବିଜେପିର ପ୍ରଶ୍ନ ? ଜଳ ସେଚନ ଓ ଶୀତଳ ଭଣ୍ଡାର ନେଇ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନ

28

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରର ୪ର୍ଥ ପାଳିର ୩ ବର୍ଷ ପୂର୍ତିରେ ସବୁ ବିଭାଗର ବିଭାଗୱାରୀ ସମୀକ୍ଷା ଚାଲିଛି । ଆଜି କୃଷି ବିଭାଗର ସମୀକ୍ଷା କରିବେ ମନ୍ତ୍ରୀ ଦାମୋଦର ରାଉତ । ଅପରାହ୍ନରେ ଏହି ସମୀକ୍ଷା କରି ରିପୋର୍ଟ କାର୍ଡ ରଖିବେ କୃଷିମନ୍ତ୍ରୀ । ଏହା ପୂର୍ବରୁ ବିଜେପି ଆଜି କୃଷି ସମ୍ପର୍କିତ ୧୦ଟି ପ୍ରଶ୍ନ ରାଜ୍ୟ ସରକାରଙ୍କ ନିକଟରେ ରଖିଛି ।

ବିଜେପି ପ୍ରଶ୍ନ କରିଛି, ମହାରାଷ୍ଟ୍ର ଓ ଆନ୍ଧ୍ରରେ ଆତ୍ମହତ୍ୟା ପରେ ଚାଷୀ କ୍ଷତିପୂରଣ ପାଉଥିବାବେଳେ ଓଡିଶା କାହିକିଁ ଚାଷୀ ଆତ୍ମହତ୍ୟା କଥାକୁ ସ୍ୱୀକାର କରୁନାହିଁ । ପ୍ରଚୁର କେନ୍ଦ୍ରୀୟ ଅର୍ଥ ଖର୍ଚ ନ କରି ପଡିରହିଥିବା ସତ୍ୟକୁ ସରକାର ସ୍ୱୀକାର କରିବାକୁ ବିଜେପି ଆହ୍ୱାନ ଦେଇଛି । ସେହିଭଳି ପିଆଜର ଅଭାବୀ ବିକ୍ରୀ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସହାୟତା ଲୋଡୁନାହାନ୍ତି କାହିଁକି ବୋଲ ବିଜେପି ପ୍ରଶ୍ନ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –