ଆହାର କେନ୍ଦ୍ରରେ ପୂର୍ବତନ କୃଷିମନ୍ତ୍ରୀ ! ୫ ଟଙ୍କିଆ ଭାତ ଡାଲମା ଖାଇଲେ ପ୍ରଦୀପ ମହାରଥୀ

927

କନକ ବ୍ୟୁରୋ : ଆହାର ଖାଦ୍ୟ ଖାଉଛନ୍ତି ପୂର୍ବ କୃଷିମନ୍ତ୍ରୀ । ୫ ଟଙ୍କିଆ ଭାତ ଡାଲମା ଖାଉଛନ୍ତି ପ୍ରଦୀପ ମହାରଥୀ । କେବଳ ପୂର୍ବମନ୍ତ୍ରୀ ନୁହେଁ ପ୍ରଦୀପଙ୍କ ସହ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ମଧ୍ୟ ଖାଉଛନ୍ତି ଭାତ ଡାଲମା । ପିପିଲି ପୁରୁଣା ବିଜ୍ଞାପିତ ଅଂଚଳ ପରିଷଦ ଅଫିସ ପରିସରରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଛି । ସରକାରଙ୍କ ତରଫରୁ ଆହାର କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଏଥିରେ ପୂର୍ବ କୃଷିମନ୍ତ୍ରୀ ସାମିଲ୍ ହୋଇଥିଲେ । ଏହାପରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ମହାରଥି ଆହାର ଭାତ ଡାଲମା ଖାଇଥିଲେ । ସ୍ଥାନୀୟ ଅଂଚଳର ୩ଶହ ଗରିବ ହିତାଧିକାରୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ ।

ସୂଚନାଯୋଗ୍ୟ ଗତକାଲି ଠାରୁ ୩୮ଟି ନୂତନ ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୭ଟି ଜିଲ୍ଲାରେ ଥିବା ୩୮ଟି ସହରାଂଚଳରେ ଏହି ଆହାର କେନ୍ଦ୍ର ଖୋଲିଲା ୩୦ଟି ଜିଲ୍ଲାରେ ୧୪୪ଟି ସହରାଂଚଳରେ ଆହାର କେନ୍ଦ୍ର ଚାଲିଛି । ରାଜ୍ୟରେ ଏବେ ୧୫୭ଟି ଆହାର କେନ୍ଦ୍ର ଚାଲିଥିବା ବେଳେ ଦୈନିକ ୧ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ଗତ ଡିସେମ୍ବର ୩୧ ତାରିଖରୁ ରାଜ୍ୟ ସରକାର ୫୬ଟି ଆହାର କେନ୍ଦ୍ରରେ ରାତିରେ ଆହାର ଦେଉଛନ୍ତି ।