ଗୁରୁପ୍ରିୟା ସେତୁ ଉଦଘାଟନକୁ ବିରୋଧ କରିବ କଂଗ୍ରେସ ! ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ସୂଚନା

34

କନକ ବ୍ୟୁରୋ: ଗୁରୁପ୍ରିୟା ସେତୁ ଉଦଘାଟନକୁ ବିରୋଧ କରିବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ସେ କହିଛନ୍ତି ବହୁ ପ୍ରତିକ୍ଷୀତ ଗୁରୁପ୍ରୀୟା ସେତୁ ପାଇଁ ୟୁ.ପି.ଏ ସରକାର ଓଡିଶା ସରକାରଙ୍କୁ ଅନୁଦାନ ଦେଇଥିବା ବେଳେ ମିଛରେ ବାହାବାହ ନେଉଛି ରାଜ୍ୟ ସରକାର । ଏହାଛଡା ଗୁରୁପ୍ରିୟା ସେତୁ ନିର୍ମାଣ କାମରେ ପୁର୍ତ ବିଭାଗ ବହୁ ଦୁର୍ନୀତି କରିଥିବା ବାରମ୍ବାର ପ୍ରମାଣ ମିଳିଛି ।

gurupriya setu

ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ବିଚ୍ଛିନ୍ନାଂଚଳର ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜାତି ପ୍ରମାଣପତ୍ର ଓ ସ୍ଥାୟୀ ପ୍ରମାଣପତ୍ର ନପାଇ ଶିକ୍ଷାରୁ ବଂଚିତ ହେଉଛନ୍ତି । କିନ୍ତୁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଦିଗରେ କର୍ଣ୍ଣପାତ କରୁନାହାନ୍ତି । ତେଣୁ ବିଚ୍ଛିନ୍ନାଂଚଳର ମୌଳିକ ସମସ୍ୟାର ସମାଧାନ କରାନଗଲେ ମୁଖ୍ୟମନ୍ତ୍ରୀଙ୍କ ଗୁରୁପ୍ରୀୟା ଉଦଘାଟନ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲି ଚେତାଇ ଦେଇଛି କଂଗ୍ରେସ ଦଳ ।