ଜେଲରୁ ମୁକୁଳିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

47

ଉମରକୋଟ : ଜେଲରୁ ମୁକୁଳିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ସର୍ତମୂଳକ ଜାମିନ ମିଳିବା ପରେ ଆଜି ଉମରକୋଟ ଉପକାରାଗାରରୁ ମୁକ୍ତ ହୋଇଛନ୍ତି । ପ୍ରଦାପଙ୍କ ସମେତ ସମସ୍ତ ୧୮ କଂଗ୍ରେସ କର୍ମୀ ମଧ୍ୟ ଜେଲରୁ ବାହାରିଛନ୍ତି । ଜେଲରୁ ମୁକୁଳିବା ପରେ ଦଳୀୟ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଆଦିବାସୀ ନେତା ପ୍ରଦୀପଙ୍କୁ ଧରି ସହର ପରିକ୍ରମା କରିଛନ୍ତି । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପ ମାଝୀଙ୍କୁ ଜାମିନ୍ ପ୍ରଦାନ କରିଥିଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଜେଲରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ । କହିଛନ୍ତି ଆଗକୁ ମଧ୍ୟ ଗରିବ ଆଦିବାସୀଙ୍କ ପାଇଁ ଲଢେଇ ଜାରି ରହିବ । କୌଣସି ଗିରଫଦାରୀ ତାଙ୍କ ସ୍ୱରକୁ ଚପାଇ ପରିବ ନାହିଁ ।