କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନ : କହିଲେ,କେବଳ ବିଧାନସଭା ସମୟରେ ଆସୁଛି ଚାଷୀ ଆତ୍ମହତ୍ୟା ଅଭିଯୋଗ

29

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ନେଇ ବିବାଦୀୟ ବୟାନ ଦେଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ମହାରଥୀ କହିଛନ୍ତି କେବଳ ବିଧାନସଭା ଚାଲିଥିବା ବେଳେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସୁଛି । ଅନ୍ୟ ସମୟରେ ଏ ନେଇ କାହିଁକି ଅଭିଯୋଗ ଆସୁନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି, ଚାଷୀ ଆତ୍ମହତ୍ୟା କରେ ନାହିଁ, ଏହାକୁ ନେଇ କେବଳ ରାଜନୀତି କରାଯାଉଛି ।

କୃଷିମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ନେତା କଡ଼ା ସମାଲୋଚନା କରି କହିଛନ୍ତି କୃଷିମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ।

ଦେଖନ୍ତୁ ଏହି ଭିଡିଓ –