ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ ! ପିପିଲି ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ମନ୍ତବ୍ୟ ନେଇ ଚାପରେ ଥିଲେ ମହାରଥୀ ।

ଇସ୍ତଫା ଦେଲେ ପ୍ରଦୀପ ମହାରଥୀ । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି ।

1,876

କନକ ବ୍ୟୁରୋ: ଇସ୍ତଫା ଦେଲେ ପ୍ରଦୀପ ମହାରଥୀ । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ପ୍ରଦୀପ ମହାରଥୀଙ୍କ ଇସ୍ତଫା ନେଇ ଅଡି ବସିଥିଲେ ବିରୋଧୀ । ବିଭିନ୍ନ ମହଲରୁ ମହାରଥୀଙ୍କ ଇସ୍ତଫା ଦାବି ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ପଡିଥିଲା । ଶେଷର ତାଙ୍କ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ମହାରଥୀ ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ପିପିଲି ପୀଡିତାଙ୍କ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାୟ ଆସିବା ପରେ ବିବାଦିୟ ମନ୍ତବ୍ୟ ଦେଇଥିଲେ ପ୍କରଦୀପ ମହାରଥୀ । ଯାହାକୁ ନେଇ ରାଜନୀତି ମହଲଠୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମହରଥୀଙ୍କ ଇସ୍ତଫା ପାଇଁ ବିରୋଧୀ ଦଳମାନେ ସରକାରଙ୍କ ଉପରେ ଚାପ ପକାଉଥିଲେ । ଶେଷରେ ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି ।

ପୂର୍ବରୁ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଇଥିଲେ ମହାରଥୀ । ବିଶେଷ କରି ପିପିଲି ପୀଡିତାଙ୍କ ନ୍ୟାୟ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ତାଙ୍କ ମନ୍ତ୍ରୀ ପଦ ପାଇଁ ସଂକଟ ବଢାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମହାରଥୀଙ୍କ ଉପରେ କ୍ଷୁବ୍ଧ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶେଷରେ ନିଜେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାରଥୀ ।