ଗ୍ରାମ ରୋଜଗାର ସେବକଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ଡେଡଲାଇନ୍ : ପ୍ରଦୀପ ମହାରଥୀ କହିଲେ ୩୧ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ

41

କନକ ବ୍ୟୁରୋ : ଦରମା ବୃଦ୍ଧି ସତ୍ୱେ ଆନ୍ଦୋଳନ ଚଳାଇଥିବା ଗ୍ରାମ୍ୟ ରୋଜଗାର ସେବକଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ କଡା ଚେତାବନୀ । ୩୧ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମନ୍ତ୍ରୀଙ୍କ ଡେଡଲାଇନ । ନହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ, ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ସେପଟେ ଅଙ୍ଗନୱାଡି କର୍ମୀଙ୍କ ପରି ଜିଆରଏସଙ୍କୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ମହାରଥୀ । ଜିଆରଏସଙ୍କ ଦରମା କେନ୍ଦ୍ର ସରକାରଙ୍କ ବିଷୟ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ କାହିଁକି ଦିଲ୍ଲୀରେ ଆଲୋଚନା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜସ୍ୱ ପ୍ରଚାର ପାଇଁ ସେ ଜିଆରଏସଙ୍କୁ ଧରି ରାଜନୀତି କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ସେପଟେ ବିଜେପି ପାର୍ଟି ଅଫିସରେ ଖାଇ ଜିଆରଏସ ମାନେ ଆନ୍ଦୋଳନ କରୁଥିବା କହିଛନ୍ତି ପ୍ରଦୀପ ମହାରଥୀ । ୨ ହଜାର ଟଙ୍କା ଦରମା ବୃଦ୍ଧି ପରେ ଗୋଟିଏ ଗୋଷ୍ଠୀ ଆନ୍ଦୋଳନରୁ ଓହରି ଯାଇଥିବାବେଳେ ସଂଗଠନର ଉପସଭାପତିଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ସଂପୂର୍ଣ୍ଣ ଭାବରେ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଅଡି ବସିଛନ୍ତି । ୯ ହଜାର ଗ୍ରେଡ୍ ପେ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ମାସ ୧୮ ତାରିଖରୁ ଜିଆରଏସ୍ ସଂଘ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛି ।