ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କଟାକ୍ଷ ! କହିଲେ, ବିଜେପୁର ନିର୍ବାଚନ ପରେ କୁଆଡେ ଗଲା ସଭା ସମିତି ଓ ବୟାନବାଜି

35

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ଗଣମାଧ୍ୟମ ଆଗରେ ମନ୍ତ୍ରୀ କହିଛନ୍ତି, କୁଆଡେ ଗଲେ ଭାଇ ଧର୍ମେନ୍ଦ୍ର ପ୍ରଧାନ । ବିଜେପୁର ଉପନିର୍ବାଚନ ହାରିବା ପରେ ଆଉ ତାଙ୍କୁ ଦେଖିବାକୁ ମିଳୁନାହିଁ । ଏଥିସହ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟଙ୍ଗ କରି କହିଥିଲେ କୁଆଡେ ଗଲା ତାଙ୍କ ସଭାସମିତି ଓ ବୟାନ ବାଜି । ୨ ମାସ ହେଲା କେନ୍ଦ୍ରମନ୍ତ୍ରୀଙ୍କ ପାଉ ନାହାନ୍ତି ବୋଲି କହିଛନ୍ତି ପ୍ରଦୀପ ମହାରଥୀ । ବିଜେପୁର ଉପନିର୍ବାଚନ ପରେ ଓଡ଼ିଶାବାସୀଙ୍କ ମନକଥା ସେ ବୁଝିପାରୁଥିବେ ନିଶ୍ଚୟ । ତେଣୁ କେନ୍ଦ୍ରମନ୍ତ୍ରୀ ଆଉ ଓଡ଼ିଶା ଆସୁନାହାନ୍ତି । ଖବର କାଗଜରେ ଛବି ଦେଖିଲି କିନ୍ତୁ ଟିଭିରେ ଭାଇଙ୍କ ମୁହଁ ଦେଖିପାରିଲିନି ବୋଲି କହିଛନ୍ତି ପ୍ରଦୀପ ମହାରଥୀ ।

ଅନ୍ୟପଟେ ପ୍ରଦୀପ ମହାରଥୀଙ୍କୁ ଜବାବ ଦେଇଛନ୍ତି, ବିଜେପି ନେତା ଗୋଲକ ମହାପାତ୍ର । ସେ କହିଛନ୍ତି ବିଜେଡିକୁ ବିଜେପି ଭୟ ଘାରିଛି । କଂସକୁ ଯେମିତି ଦେବକି ଗର୍ଭର ସବୁ ସନ୍ତାନ କୃଷ୍ଣଙ୍କ ପରି ଦେଖାଯାଉଥିଲେ,ସେମିତି ବିଜେଡିକୁ ସବୁ ବିଜେପି ପରି ଦେଖାଯାଉଛି ବୋଲି କହିଛନ୍ତି ଗୋଲକ ମହାପାତ୍ର ।