ପ୍ରଦୀପ ମହାରଥୀଙ୍କ ମାଡ ଥିଓରୀ ! କହିଲେ, ନକଲି କୀଟନାଶକ ଯୋଗାଉଥିବା ଦୋକନୀ ଓ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ମାଡ ଦରକାର

22

କନକ ବ୍ୟୁରୋ : ଚକଡା ପୋକ ପାଇଁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଉଭୟ ବିରୋଧୀ ଓ ଶାସକ କେହି କାହାରିକୁ ଛାଡିବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତିରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପୁଣି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି କୃଷି ମନ୍ତ୍ରୀ ଦମୋଦର ରାଉତ । ଆତ୍ମହତ୍ୟା ବେଳେ ଘଟଣାସ୍ଥଳରେ ବିଜେପି ଉପସ୍ଥିତ ଥିବା ନେଇ ସେ ଅଭିଯୋଗ କରିଛନ୍ତି । ଚାଷ ସହିତ ଧର୍ମେନ୍ଦ୍ରଙ୍କ କୌଣସି ସମ୍ପର୍କ ନାହିଁ । ସେ ରାଜ୍ୟ ସରକାରଙ୍କୁ ଅଯଥା ବଦନାମ କରୁଛନ୍ତି । ଓଡିଶା ଅଣ ବିଜେପି ରାଜ୍ୟ ହୋଇଥିବାରୁ ନିନ୍ଦିତ କରାଯାଉଛି । ରାଜ୍ୟକୁ ପାର୍ଲାମେଂଟ ଷ୍ଟାଣ୍ଡିଂ କମିଟି ଆସିଲେ ଭଲ କଥା । ବୃନ୍ଦା ସାହୁ ଚାଷୀ ଆତ୍ମହତ୍ୟା ସମୟରେ ବିଜେପି କର୍ମୀ ଉପସ୍ଥିତ ଥିଲେ ବୋଲି ଖବର ଆସୁଛି । ଏହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଦାମ ।

ଏତିିକିରେ ସରିନି ନେତାଙ୍କ ବୟାନବାଜି । ଚାଷୀ ମୁଣ୍ଡରେ ଚକଡା ଚଡକକୁ ନେଇ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମାଡ ଥିଓରୀ ଏବେ ଚର୍ଚ୍ଚାରେ । ମହାରଥୀ କହିଛନ୍ତି, ପୋକ ମାରିବା ପାଇଁ ଦିଆଯାଉଥିବା ଓøଷଧ ନକଲି କୀଟନାଶକ ହୋଇଥିଲେ ଔଷଧ ଯୋଗାଉଥିବା ଦୋକୀନୀ ଓ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ମାଡ ମାରିବାକୁ କହିଛନ୍ତି ମହାରଥୀ । ଚକଡା ପୋକ ଦାଉରୁ ଫସଲ ରକ୍ଷା କରିବା ପାଇଁ ଚାଷୀକୁ ଯୋଗା ଯାଉଥିବା କୀଟନାଷକ ଯଦି ନକଲି ବୋଲି ପ୍ରମାଣିତ ହୁଏ ତେବେ ଔଷଧ ଯୋଗାଉଥିବା ଦୋକାନୀ ଓ ଅଧିକାରୀଙ୍କୁ ମାଡମାରିବା ଦରକାର ବୋଲି କହିଛନ୍ତି ପ୍ରଦୀପ ମହାରଥୀ ।