ମାନିଗଲେ ମହାରଥୀ ! ସବୁ କାମ ପାଇଁ ଟଙ୍କା ନେଉଛନ୍ତି ବାବୁ

31

କନକ ବ୍ୟୁରୋ : ଅଚାନକ ବ୍ଲକ୍ ଅଫିସରେ ପହଂଚି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ନବୀନ ମନ୍ତ୍ରୀମଣ୍ଡଳର ଦବଙ୍ଗମନ୍ତ୍ରୀ ପ୍ରଦୀପ ମହାରଥୀ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ତେଣୁ ପଂଚାୟତିରାଜ ବିଭାଗରେ ଥିବା ଦୁର୍ନୀତି ବା ପରସେଂଟେଜ୍ ବ୍ୟବସ୍ଥା ରୋକିବା ନେଇ ସେ ପଦକ୍ଷେପ ନେଉଥିବା କହିଛନ୍ତି । କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ମହାରଥୀ ପ୍ରତିଶ୍ରୁତି । ଦେଖନ୍ତୁ କଣ କହୁଛନ୍ତି ପ୍ରଦୀପ ।