ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ! ୨ ମାସ ମଧ୍ୟରେ ତଦନ୍ତ ସାରିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

24

କନକ ବ୍ୟୁରୋ : ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲାନି ଜାମିନ । ଆଜି ଓଡିଶା ହାଇକୋର୍ଟ ଆବେଦନର ରାୟ ପ୍ରକାଶ କରି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ପୂର୍ବରୁ ଗତ ମାସ ୨୪ ତାରିଖରେ ଆବେଦନର ବିଚାର କରି ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ସିସୋର ସହ ଜମିଜମା କାରବାର ନେଇ ଅର୍ଥ ଅନିୟମିତତା ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି । ଅନ୍ୟପଟେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଭାତ ।