ଶେଷରେ ଜାମିନ ପାଇ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ! ବେଲ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ, ସମର୍ଥକଙ୍କୁ ଜଣାଇଲେ କୃତଜ୍ଞତା

32

କନକ ବ୍ୟୁରୋ: ଶେଷରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ସର୍ତମୂଳକ ଜାମିନ । ହାଇକୋର୍ଟ ପ୍ରଭାତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ମିଳିଥିବା ସର୍ତ ଆଧାରରେ ସେ ମୁକୁଳିବେ । ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଭାତ ବିଶ୍ୱାଳ । ୨୫ ଲକ୍ଷ ଟଙ୍କାର ଜମା ରାଶି ସହ ୫ ଲକ୍ଷ ଟଙ୍କା ୨ ଜଣ ଜାମିନ ଦାରରେ ମୁକୁଳିବେ ପ୍ରଭାତ । ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବେ ନାହିଁ ।

prabhat biswal

ତଦନ୍ତ ସାହାର୍ଯ୍ୟରେ କରିବାକୁ ହାଇକୋର୍ଟ ସର୍ତ କରିଛନ୍ତି । ଗତ ଏପ୍ରିଲ ୨୫ରୁ ୨ ମାସ ପାଇଁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଚିଟଫଣ୍ଡ ମାଲିକଙ୍କ ସହ ଜମି କାରବାର ମାମଲାରେ ଗିରଫ ହେବା ପରେ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ଏସସିବିରେ ଚିକିତ୍ସିତ ଅଛନ୍ତି । ଆଜି ଠିକ ୨ ମାସ ପୁରୁଥିବାରୁ ଜାମିନ ଆବେଦନର ଶୁଣାଣି ଥିଲା । ପୂର୍ବରୁ ପ୍ରଭାତ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜାମିନ ପାଇବା ପରେ ମୁହଁ ଖୋଲିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ବିପଦ ସମୟରେ ସମର୍ଥନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ । ଏହା ସହ ଆରୋଗ୍ୟ କାମନା କରୁଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ସମେତ ସଦର ଓ ବାଙ୍କୀ ଅଂଚଳର ହଜାର ହଜାର ଲୋକଙ୍କ ପ୍ରାର୍ଥନା ତାଙ୍କୁ ଭଲ କରିବା ସହ ସାହାସ ଦେଇଥିବା ପ୍ରଭାତ ବିଶ୍ୱାଳ କହିଛନ୍ତି ।

pravat biswal

ଉଲ୍ଲେଖ ଥାଉ କି, ଚିଟଫଣ୍ଡ ମାଲିକଙ୍କ ସହ ଜମି କାରବାର ମାମଲାରେ ଗିରଫ ହେବା ପରେ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ଏସସିବିରେ ଚିକିତ୍ସିତ ହେଉଥିଛନ୍ତି। କିଛି ଦିନ ପୂର୍ବରୁ ଖବର ଆସିଥିଲା ପ୍ରଭାତ ବିଶ୍ୱାଳ ଅଧିକାଂଶ ଲୋକଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି । ସେ ବଡ ଡାକ୍ତରଖାନାର ଆଂଚଳିକ ମେରୁଦଣ୍ଡ ନିଦାନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା । । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ଚିକିତ୍ସାଧିନ ଅଛନ୍ତି ପ୍ରଭାତ ବିଶ୍ୱାଳ । ଇତି ମଧ୍ୟରେ ଗତ ଏପ୍ରିଲ ମାସରେ, ସିସୋରକୁ ଜମି ବିକ୍ରି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ଗିରଫ ହେବା ପରଠାରୁ ହିଁ ସେ ଅସୁସ୍ଥ ଅଛନ୍ତି ।