କଳିଙ୍ଗ ସ୍ୱରାଜ ପକ୍ଷରୁ ପୁଣେର ଚିଂଚୱାଡାରେ ଦ୍ୱିତୀୟ ଡାଲମା ଭାତ ବୈଠକ ଅନୁଷ୍ଠିତ । ବୈଠକରେ ସାମିଲା ହେଲେ ସତାଧିକ ପ୍ରବାସୀ ଓଡିଆ

କଳିଙ୍ଗ ସ୍ୱରାଜ ପକ୍ଷରୁ ପୁଣେର ଚିଂଚୱାଡାରେ ଦ୍ୱିତୀୟ ଡାଲମା ଭାତ ବୈଠକ ଅନୁଷ୍ଠିତ

87

କନକ ବ୍ୟୁରୋ : କଳିଙ୍ଗ ସ୍ୱରାଜ ପକ୍ଷରୁ ପୁଣେର ଚିଂଚୱାଡାରେ ଦ୍ୱିତୀୟ ଡାଲମା ଭାତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟକ ପ୍ରବାସୀ ଓଡିଆ ସାମିଲ ହୋଇଥିଲେ । ବୈଠକରେ ପ୍ରବାସୀ ଓଡିଆମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ତୁରନ୍ତ ପୁଣେରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ପୁଣେର ପିମ୍ପରି ଓ ଚିଂଚଓକ୍ୱାଡାରେ ବିଭିନ୍ନ କମ୍ପାନୀରେ ବହୁ ଓଡିଆ କାମ କରୁଛନ୍ତି । ଗଂଜାମ ଜିଲ୍ଲାର ହିଂଜିଳିକାଟୁର ପ୍ରାୟ ୫ରୁ ୮ ହଜାର ଓଡିଆ ପୁଣେର ବିଭୁନ୍ନ ଫ୍ୟାକ୍ଟ୍ରିରେ କାମ କରୁଥିବା ସୂଚନା ମିଳିଛି । କଳିଙ୍କ ସ୍ୱରାଜ ଫାଉଣ୍ଡେସନ ସାରା ଭାରତରେ ଓଡିଆଙ୍କ ଉନ୍ନତି ପାଇଁ କାମ କରିଆସୁଛି ।