ଆଉ ‘ବାହୁବଳୀ’ ପରି ଫିଲ୍ମ କରିବି ନାହିଁ ! ପ୍ରଭାସଙ୍କ ଚର୍ଚ୍ଚିତ ବୟାନ

51

ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏହାର ଶ୍ରେୟ ବାହୁବଳୀ ପ୍ରଭାସଙ୍କୁ ଦିଆଯାଏ । ତାଙ୍କର କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହେଇଛି ବୋଲି କୁହାଯାଏ । ଏହି ଫିଲ୍ମ ପାଇଁ ୫ ବର୍ଷ ସମୟ ଦେଇଥିଲେ । ଏହି ଫିଲ୍ମ ପାଇଁ ଦିନରାତି ସମାନ କରିଦେଇଥିଲେ । ଡାଏଟିଂ ଉପରେ ପୁରା ଧ୍ୟାନ ଦେଇଥିଲେ । ନିଜକୁ ସ୍ୱତନ୍ତ୍ର ଭାବେ ପରଦାରେ ଉପସ୍ଥାପନା କରିବାର ସବୁ କସରତ କରିଥିଲେ । ଏବେ କିନ୍ତୁ ପ୍ରଭାସ ‘ବାହୁବଳୀ’କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯେଉଁ ଫିଲ୍ମ ତାଙ୍କୁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା , ଆଉ ସେପରି ଫିଲ୍ମ କରିବେନି ବୋଲି ଘୋଷଣା କରିଛନ୍ତି ।

ପ୍ରଭାସ କହିଛନ୍ତି , ଫିଲ୍ମଟି ବହୁତ ଭଲ ଥିଲା, କିନ୍ତୁ ମୁଁ ଏଭଳି ଫିଲ୍ମ ଆଉ କରିବି ନାହିଁ । ମୋ କ୍ୟାରିୟର ପାଇଁ ଠିକ ନୁହେଁ । ଏ ଫିଲ୍ମ ମୋ କ୍ୟାରିୟର ପାଇଁ ବଡ ଚ୍ୟାଲେଂଞ୍ଜ ଥିଲା । ଏହି ଫିଲ୍ମ ପାଇଁ ମୁଁ ୫ ବର୍ଷ ସମୟ ଦେଇଛି ବୋଲି ପ୍ରଭାସ ଗଣମାଧ୍ୟମକୁ କହିଛନ୍ତି । ଅଭିନେତାମାନଙ୍କ ପାଖରେ ବହୁତ କମ୍ ସମୟ ଥାଏ, ନିଜକୁ ପ୍ରମାଣିତ କରିବାକୁ । ଏହି ଫିଲ୍ମ ପାଇଁ ୫ ବର୍ଷ ସମୟ ଦେବା ଠିକ ନୁହେଁ । ଏହି ୫ ବର୍ଷ ଭିତରେ ମୁଁ ଅନ୍ୟ କୌଣସି ପ୍ରୋଜେକ୍ଟରେ ବି କାମ କରିପାରିଥାନ୍ତି କହିଛନ୍ତି ବାହୁବଳୀ । ‘ବାହୁବଳୀ’ ଫିଲ୍ମ ଭଳି ପ୍ରୋଜେକ୍ଟ ଆକ୍ଟରମାନଙ୍କ ପାଇଁ ବ୍ରହ୍ମାସ୍ତ୍ର ପ୍ରମାଣିତ ହୋଇପାରେ । ୩୮ ବର୍ଷିୟ ପ୍ରଭାବ ଏବେ ତାଙ୍କ କ୍ୟାରିୟକୁ ନେଇ ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଭାସ ।