ସିନେମା ‘ବାହୁବଲୀ ୨’ ସୁଟିଂ ସମୟରେ ପ୍ରଭାସଙ୍କୁ ଲାଗିଲା ଆଘାତ ! ଜୀବନସାରା ରହିବ ଚିହ୍ନ

70

ସିନେମା “ବାହୁବଲୀ’ରେ ଅମରେନ୍ଦ୍ର ବାହୁବଲୀଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରଭାସ ଏହି ସିନେମାକୁ କେବେ ଭୁଲି ପାରିବେ ନାହିଁ । ଏହି ସିନମାର ସୁଟିଂ ସମୟରେ ତାଙ୍କୁ କିଛି ଏମିତି ଆଘାତ ଲାଗିଛି ଯାହା ଦ୍ୱାରା ଚିହ୍ନ ସାରାଜୀବନ ରହିବ । ଏହି ସିନେମାର ଦ୍ୱିତୀୟ ସଂସ୍କରଣ ‘ବାହୁବଲୀ-ଦ କନକ୍ଲୁଜନ’ ୨୮ ଏପ୍ରିଲରେ ସବୁ ସିନେମା ଘରେ ରିଲିଜ ହେବ ।

ସିନେମାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖବାକୁ ମିଳୁଛିି । ପ୍ରଭାସ ବାହୁବଲୀ ପ୍ରୋଜେକ୍ଟ ପାଇଁ ଦେଇଛନ୍ତି ପାଞ୍ଚ ବର୍ଷ । ଏହି ସିନେମା ପାଇଁ ପ୍ରଭାସ ତାଙ୍କର ଓଜନ ପ୍ରାୟ ୧୦୫ ପର୍ଯ୍ୟନ୍ତ ବଢାଇଛନ୍ତି । ପ୍ରଭାସଙ୍କ ଏହି ରୂପାନ୍ତରଣ ଏତେ ସହଜ ନଥିଲା, ସେ ଜିମ ଯାଇ କଡା ପରିଶ୍ରମରେ ଏପରି ସମ୍ଭବ ହୋଇଛି । କେବଳ ଏତିକି ନୁହଁ ଏହି ସିିନମାର ପ୍ରାୟ ଷ୍ଟଣ୍ଟ ସିନ ଗୁଡିକୁ ପ୍ରଭାସ ନିଜେ କରିଥିବା ସୂଚନା ମିଳିଛି ।