ଦଙ୍ଗଲକୁ ଟକ୍କର ଦେବ ‘ବାହୁବଲୀ ୨’ ! ଚୀନରେ ୬୦୦୦ ସ୍କ୍ରିନରେ ହେବ ରିଲିଜ୍

85

ଭାରତରେ ସବୁ ରେକର୍ଡ଼ ଭାଙ୍ଗିବା ପରେ ଏବେ ‘ବାହୁବଲୀ ୨’ ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରଭାସ ଓ ରାଣା ଦଗୁବଟୀଙ୍କ ଏହି ସିନେମା ସେପ୍ଟେମ୍ବରରେ ଚୀନରେ ରିଲିଜ ହେବ । ‘ବାହୁବଲୀ ୨’କୁ ଚୀନରେ ୬୦୦୦ ସ୍କ୍ରିନ ମିଳିଛି । ଅମୀରଙ୍କ ସିନେମା ‘ଦଙ୍ଗଲ’ ତୁଳନାରେ ଏହି ସିନେମାକୁ କମ ସ୍କ୍ରିନ ମିଳିଛି ।

ଚୀନ ବ୍ୟତୀତ ଏହି ସିନେମା ଜାପାନ, କୋରିଆ ଓ ତାଇୱାନରେ ରିଲିଜ ହେବ । ବାହୁବଲୀର ନିର୍ମାତା ଚାହାନ୍ତି ଏହି ସିନେମାକୁ ମଧ୍ୟ ଚୀନରେ ‘ଦଙ୍ଗଲ’ ପରି ସଫଳତା ମିଳୁ । ଏଥିପାଇଁ ସେମାନେ ଚୀନର ବିତରକ କମ୍ପାନୀ ଇ-ଷ୍ଟାର ସହ ହାତ ମିଳାଇଛନ୍ତି । ଇ-ଷ୍ଟାର ହିଁ ଚୀନରେ ‘ଦଙ୍ଗଲ’ର ଡିଷ୍ଟ୍ରିବ୍ୟୁଟର ଅଟେ ।

ଯଦି ‘ବାହୁବଲୀ ୨’ ମଧ୍ୟ ଯଦି ଚୀନରେ ‘ଦଙ୍ଗଲ’ ପରି ବ୍ୟବସାୟ କରେ ତେବେ ଖୁବ ସହଜରେ ସେ ଅମୀରଙ୍କ ସିନେମାକୁ ପଛରେ ପକାଇଦେବ । ‘ବାହୁବଲୀ ୨’ କୁ ଚୀନରେ ରିଲିଜ କରିବା ପାଇଁ ସମୟ ଥିଲେ ମଧ୍ୟ ଏହି ସିନେମା ଭାରତରେ ସଫଳତା ହାସଲ କରିସାରିଛି । ଏବେ ଆଗକୁ ଦେଖିବା ପାଇଁ ବାକି ରହିଲା ‘ବାହୁବଲୀ ୨’ ଚୀନରେ କେଉଁ ନୂଆ ରେକର୍ଡ଼ ସୃଷ୍ଟି କରିଛି ।