ବାହୁବଲୀଙ୍କ ଫୋନ୍ ଚେକ୍ କରୁଛନ୍ତି ଅନୁଷ୍କା ! ସାଧାରଣ ପ୍ରେମିକା ପରି ରଖୁଛନ୍ତି ପ୍ରଭାସଙ୍କ ଟିକିନିକି ଖବର

23

‘ବାହୁବଲୀ ୨’ ସିନେମାର ସଫଳତା ପରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରୁଛନ୍ତି । ରିଲ ଲାଇଫ ବ୍ୟତୀତ ରିୟଲ ଲାଇଫରେ ବି ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ତେବେ ପ୍ରଭାସ ଏବଂ ଅନୁଷ୍କା ସବୁବେଳେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବିଷୟରେ ଜାଣିବାପାଇଁ ଦର୍ଶକମାନେ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି ।

ବାହୁବଳୀ ୨ ରେ ଅନୁଷ୍କା ଏବଂ ପ୍ରଭାସଙ୍କ ଯୋଡ଼ି ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା । ଏହି ଦୁଇଯୋଡ଼ିକୁ ପୁଣିଥରେ ବଡ଼ ପରଦାରେ ଦେଖିବାପାଇଁ ଦର୍ଶକ ଚାହିଁ ବସିଥିଲେ । ସୂଚନା ଅନୁସାରେ ଦର୍ଶକ ଏହି ଦୁଇଯୋଡ଼ିକୁ ଫିଲ୍ମ ‘ସାହୋ’ରେ ଦେଖିବାକୁ ପାଇଥାନ୍ତେ । କିନ୍ତୁୁ କୌଣସି କାରଣରୁ ଏହି ସିନେମାଟି ଅନୁଷ୍କାଙ୍କ ହାତରୁ ଚାଲିଯାଇଥିଲା । ଏହା ସହିତ ଦୁଇଜଣ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଦୁଇଜଣ ଏହି ଖବରକୁ ମିଛବୋଲି କହିଥିଲେ ଏବଂ ଏହା ମଧ୍ୟ କହିଥିଲେଯେ ସେମାନେ ଏତେ ଶୀଘ୍ର ପ୍ରତିଶୃତି ଦେବାକୁ ଚାହୁଁନାହାନ୍ତି ।

କିନ୍ତୁ ଦୁଇଜଣଙ୍କ ପ୍ରେମ ସଂପର୍କ କାହାକୁ ମଧ୍ୟ ଅଛପା ନାହିଁ । ବଲିଉଡ ଲାଇଫର ଖବର ଅନୁସାରେ ଅନୁଷ୍କା ଜଣେ ସାଧାରଣ ପ୍ରେମିକା ପରି ବ୍ୟବହାର କରୁଛନ୍ତି । ସେ ତାଙ୍କ ପ୍ରଭାସଙ୍କୁ ନେଇ ଖୁବ୍ ଚିନ୍ତାରେ ରହିଛନ୍ତି । ଅନୁଷ୍କା ପ୍ରଭାସଙ୍କ ପ୍ରତ୍ୟେକ କଲକୁ ଚେକ କରୁଛନ୍ତି ଓ ସମସ୍ତ ତଥ୍ୟ ରଖୁଛନ୍ତି । ଅନୁଷ୍କାଙ୍କର ଏଭଳି ବ୍ୟବହାରକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଅନୁଷ୍କା ଏବଂ ପ୍ରଭାସ ତାଙ୍କ ପ୍ରେମ ସଂପର୍କକୁ ଗୁପ୍ତ ଭାବରେ ରଖିଛନ୍ତି । ଖବର ମୁତାବକ ଦୁଇଜଣ ପରସ୍ପରକୁ ଖୁବ ପସନ୍ଦ କରୁଛନ୍ତି । ଅନୁଷ୍କା ପ୍ରଭାସଙ୍କୁ ତାଙ୍କ ଜନ୍ମଦିନରେ ଏକ ସୁନ୍ଦର ଘର ଉପହାରରେ ଦେଇଥିଲେ । ତେବେ ପ୍ରଭାସ ଏବଂ ଅନୁଷ୍କା ନିଜ ନିଜର ସିନେମାକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି ।