ଆଜି ‘ବାହୁବଲୀ’ ପ୍ରଭାସଙ୍କ ଜନ୍ମଦିନ ! ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା

140

ବାହୁବଲୀ ପ୍ରଭାସଙ୍କୁ କିଏ ବା ନଜାଣେ । ‘ବାହୁବଲୀ’ ‘ବାହୁବଲୀ-୨’ ସିନେମା ରିଲିଜ ପରେ ତାଙ୍କର ଡିମାଣ୍ଡ ବଢ଼ିଯାଇଛି । ପ୍ରଭାସ ଏବେ କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ । ତାଙ୍କୁ ଏବେ ଦେଶର ଏଲିଜିବିଲ ବ୍ୟାଚେଲର ମଧ୍ୟ କୁହାଯାଉଛି । ସୁପର ଡ଼ୁପର ହିଟ୍ ସିନେମା ‘ବାହୁବଲୀ’ର ମୁଖ୍ୟ ଅଭିନେତା ପ୍ରଭାସ ୨୩ ଅକ୍ଟୋବର ୧୯୭୯ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଜି ତାଙ୍କର ୩୭ ତମ ତମ ଜନ୍ମଦିବସ ପାଳନ କରୁଛନ୍ତି ।

ତେବେ ପ୍ରଭାସଙ୍କ ବ୍ୟକ୍ତିିଗତ ଜୀବନ ଓ ତାଙ୍କର ବିବାହ ସମ୍ମନ୍ଧୀତ ଖବର ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ପ୍ରଶଂସକମାନେ ପ୍ରଭାସଙ୍କ ଉପରେ ଯେ କୌଣସି ଖବର ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି । ବାହୁବଲୀ ସିନେମା ପରେ ଚର୍ଚ୍ଚା ହୋଇଥିଲା ଅନଷ୍କ୍ରିନ ମା’ ତଥା ଅନୁଷ୍କା ସେଟ୍ଟୀଙ୍କ ସହ ପ୍ରଭାସଙ୍କର ପ୍ରେମ ସମ୍ପର୍କ ରହିଛି । ଏହା ବ୍ୟତୀତ ଖବର ଆସିଥିଲା ‘ବାହୁବଲୀର ୨’ର ରିଲିଜ ହେବାର ୨ ବର୍ଷ ପୂର୍ବରୁ ଅନୁଷ୍କାଙ୍କ ବିବାହ ରୋକି ଦେଇଥିଲେ ପ୍ରଭାସ ।

ପ୍ରଭାସ ଓ ଅନୁଷ୍କା ସେଟ୍ଟୀ ମିଶିକି ଅନେକ ଦକ୍ଷିଣୀ ସିନେମା ହିଟ ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି । ଏକprabhas_ ସାକ୍ଷାତାକାରରେ ଯେତବେଳେ ଅନୁଷ୍କାଙ୍କୁ ପଚରାଗଲା କି ତାଙ୍କୁ ପ୍ରଭାସ ଓ ରାଣାଙ୍କ ମଧ୍ୟରୁ କିଏ ଅଧିକ ଆକର୍ଷକ ? ଏହି ପ୍ରଶ୍ନର ଉତ୍ତରେ ସେ ବାହୁବଲୀଙ୍କ ନାମ ନେଇଥିଲେ ଦେବସେନା ତଥା ଅନୁଷ୍କା । ବାହୁବଲୀ ସିନେମା ପରେ ପ୍ରଭାସ ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର ରୂପେ ଗଣାଯାଉଛନ୍ତି । ତାଙ୍କୁ ସିନେମା ରିଲିଜ ପରେ ପରେ ପାଖାପାଖି ୬୦୦୦ ବିବାହ ପ୍ରସ୍ତାବ ମିଳିଥିଲା । କିନ୍ତୁ ସେ କାହାକୁ କେବେ ହଁ କରିନଥିଲେ । ଏହାର କାରଣ ଅନୁଷ୍କାଙ୍କ ପ୍ରତି ତାଙ୍କର ପ୍ରେମ ଭାବେ ବୋଲି ଚର୍ଚ୍ଚା ହୋଇଥିଲା ।

ବାହୁବଲୀ ସିନେମାର ପ୍ରମସୋନ ସମୟରେ ଅନୁଷ୍କା ସେଟ୍ଟୀ ଓ ପ୍ରଭାସଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖାଯାଇଥିଲା । ଉଭୟ ପ୍ରଥମ ଥର ପାଇଁ ୨୦୦୯ରେ ସିନେମା ‘ବିଲ୍ଲା’ରେ କାମ କରିଥିଲେ । ପ୍ରଭାସ ଓ ଅନୁଷ୍କା ମିଶି କି ଅନେକ ହିଟ୍ ସିନେମା ଦେଇସାରିଛନ୍ତି । ଯେଉଁଠି ବାହୁୁବଲୀ ଓ ବାହୁବଲୀ ୨ ମଧ୍ୟ ସାମିଲ ଅଛି । ଅନୁଷ୍କା ଶର୍ମା ଏବେ ପର୍ଯ୍ୟନ୍ତ ଏକା ଅଛନ୍ତି । ଉଭୟଙ୍କ ପରିବାର ଉଭୟଙ୍କ ପାଇଁ ଜୀବନସାଥୀ ଖୋଜୁଛନ୍ତି ।

ତେବେ ଉଭୟଙ୍କ ବିବାହ ପାଇଁ ତାଙ୍କ ପରିବାର ଲୋକେ ଯେତେ ଉତ୍ସାହିତ ନାହାନ୍ତି ଦର୍ଶକ ଅପେକ୍ଷା କରିଛନ୍ତି । ପ୍ରଭାସଙ୍କ ଅଗାମୀ ସିନେମା ‘ସାହୋ’ ପାଇଁ ଦର୍ଶକ ବେଶ୍ ଉତ୍ସୁକତା ସହ ଅପେକ୍ଷା କରି ବସିଛନ୍ତି । ଏହା ବ୍ୟତୀତ ଅନୁଷ୍ମା ମଧ୍ୟ ତାଙ୍କ ଆଗାମୀ ସିନେମା ଭଗମତୀ ପାଇଁ ଆଶାବାଦୀ ଅଛନ୍ତି । ଯାହା ତେଲୁଗି ଓ ତାମିଲ ଭାଷାରେ ଆସିବ ।