ସଫଳତା ପରେ ସଫଳତା ! ମ୍ୟାଡାମ୍ ତୁଷାଦରେ ସ୍ଥାନ ପାଇଲା ପ୍ରଭାସଙ୍କ ମହମ ମୂର୍ତୀ

28

ରେକର୍ଡ୍ ପରେ ରେକର୍ଡ୍ ହାସଲ୍ କରୁଥିବା ସିନେମା ‘ବାହୁବଲୀ ୨’ର ଆଉ ଏକ ନୂଆ ସଫଳତା । ମ୍ୟାଡାମ୍ ତୁଷାଦ୍ ମ୍ୟୁଜିୟମରେ ସିନେମାର ନାୟକ ପ୍ରଭାସଙ୍କ ବାହୁବଲୀ ଲୁକର ଏକ ମହମ ମୂର୍ତୀ ସ୍ଥାପନ କରାଯାଇଛି ।ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି ।

ପ୍ରଭାସଙ୍କ ଏହି ଷ୍ଟାଚ୍ୟୁକୁ ମ୍ୟାଡାମ୍ ତୁଷାଦର ବ୍ୟାଙ୍କକ୍ ମ୍ୟୁଜିୟମରେ ରଖାଯାଇଛି । ପ୍ରଥମ ଥର ପାଇଁ ସାଉଥ୍ ସିନେ ଜଗତର ଜଣେ ଅଭିନେତା ମ୍ୟାଡାମ୍ ତୁଷାଦରେ ସ୍ଥାନ ପାଇଛନ୍ତି । ତେଣୁ ଏହା ପ୍ରଭାସଙ୍କ ପାଇଁ ଏକ ବଡ ଉପଲବ୍ଧି ବୋଲି କୁହାଯାଉଛି ।