ଆମେରିକୀ ସିନେ ଇଣ୍ଡଷ୍ଟ୍ରିରେ ଭାରତୀୟ କଳାକାର !

47

ବଲିଉଡରେ ପ୍ରତିଦିନ ନୂଆ ପ୍ରତିଭା ସହିତ ନୂଆ କଳାକାର ଦେଖିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । କିନ୍ତୁ ହଲିଉଡର ଜଣେ ଭାରତୀୟ କଳାକାରଙ୍କୁ ଦେଖିବା ନିହାତି ଆଶ୍ଚର୍ଯ୍ୟଜନକ । ଠିକ ସେହିଭଳି ଜଣେ ପ୍ରତିଭାଙ୍କୁ ଦେଖିବାକୁ ମିଳିଛି ଆମେରିକୀ ସିନେ ଇଣ୍ଡଷ୍ଟ୍ରିରେ । ସେ ହେଉଛନ୍ତି ପ୍ରଭାକର ଶରଣ । ପ୍ରଭାକରଙ୍କର ଜନ୍ମ ପାଟନାରେ । ପ୍ରଭାକର ଲାଟିନ ଆମେରିକା ସିନେ ଇଣ୍ଡଷ୍ଟ୍ରିରେ ଜଣେ ଉଦୀମାନ କଳାକାର । ତାଙ୍କ ସ୍ପାନିସ୍ ସିନେମା ‘ଏନରେଡାଡୋସ : ଲା କନଫ୍ୟୁଜନ’ରେ ଅଭିନୟ କରିଛନ୍ତି । ଯାହା ବହୁତ ଲୋକପ୍ରୟି ମଧ୍ୟ ହୋଇଛି । ଏହା ଏଭଳି ଏକ ଆମେରୀକୀୟ ସିନେମା ଯାହା ବଲିଉଡ ଷ୍ଟାଇଲରେ ନିର୍ମାଣ କରାଯାଇଛି ।

ଏହି ସିନେମାର ସୁଟିଂ କୋଷ୍ଟାରିକା, ମୁମ୍ବାଇ ଏବଂ ପନାମାରେ କରାଯାଇଥିଲା । ସିନେମାରେ ବଲିଉଡ ଭଳି ନୃତ୍ୟ ଏବଂ ଗୀତ ମଧ୍ୟ ନଜର ଆସିଥିଲା । ତେବେ ସିନେମାଟି ଭଲ ରୋଜଗାର ମଧ୍ୟ କରିଥିଲା । ପ୍ରଭାକର ଆଉ ଏକ ସିନେମା୍ମରେ ନଜର ଆସିବେ ବୋଲି ସୂଚନା ମିଳିଛି । ପ୍ରଭାକରଙ୍କ ସହିତ ନେନ୍ସୀ ଡୋବଲ୍ସ ମଧ୍ୟ ନଜର ଆସିବେ । ପ୍ରଭାକର ଏହି ଫିଲ୍ମକୁ ‘ଏକ ଚୋର ଦୋ ମସ୍ତୀଖୋର’ ନାମରେ ହିନ୍ଦୀ, ଇଂରାଜୀ ଏବଂ ଭୋଜପୁରୀ ଭାଷାରେ ରିଲିଜ କରିବାକୁ ଚାହୁଁଛନ୍ତି ।