କମେଡି କିଙ୍ଗଙ୍କ କମବ୍ୟାକ୍ ! ଜେଲରୁ ଫେରିବା ପରେ ଦର୍ଶକଙ୍କ ସାମ୍ନାକୁ ଆସିଲେ ପପୁ ପମପମ୍

62

କେମିତି ଅଛନ୍ତି କମେଡି କିଙ୍ଗ ପପୁ ପମ୍ ପମ୍ । ଅଭିନେତାରୁ ଅଭିଯୁକ୍ତ ପାଲଟି ଯାଇଥିବା ପପୁ ଏବେ ଜେଲରୁ ବାହାରି ଘରେ । ତେବେ ସାରା ଓଡିଶାର ନଜର ପପୁଙ୍କ କମବ୍ୟାକ ଉପରେ । ମାନସିକ ଚାପରେ ଥିବା ପପୁ କଣ ପୁଣି ଥରେ ପଦେ କଥାରେ ହସାଇ ପାରିବେ। ଲୋକେ କଣ ତାଙ୍କୁ ସେହି ପୁରୁଣା ପପୁ ଭଳି ଗ୍ରହଣ କରି ପାରିବେ। ତେବେ ଦର୍ଶକଙ୍କ ଏହି କଳ୍ପନା ଜଳ୍ପନାକୁ ମାତ୍ ଦେଇ ପପୁ ଲଗାଇଛନ୍ତି ଠୁମକା, ତାହା ପୁଣି ଦର୍ଶକଙ୍କ ଆଗରେ।

papuସେହି ଅନ୍ଦାଜ, ସେହି ଷ୍ଟାଇଲ୍ । ନାଲି ସର୍ଟ, ରଙ୍ଗୀନ ମନ । ଆଉ ଗୀତ ଶୁଣିଲେ ହଲି ଯାଉଛି ଅଂଟା । ପପୁ ଲଗାଉଛନ୍ତି ଠୁମକା । ହସ ମୁହଁ , ଖୁସି ମିଜାଜରୁ ବାରି ହେଉନି ଯେ ପପୁ ଏବେ ଏବେ ଫେରିଛନ୍ତି କାଳ କୋଠରୀରୁ । ୩୦ ଦିନ ଅନ୍ଧାରରେ ରହିବା ପରେ ରଙ୍ଗୀନ୍ ଆଲୁଅ ଦେଖି ପପୁ ଯେମିତି ନିଜକୁ ଆକଟ କରି ପାରୁ ନାହାନ୍ତି । ଏ ଥିଲା ବାଏ ବାଏ ଦୁବାଇର ଅଡିଓ ରିଲିଜ କାର୍ଯ୍ୟକ୍ରମ ।

ତେବେ ପ୍ରଶ୍ନ ଉଠୁଛି ପପୁଙ୍କ ଏ ହସ ଅଭିନୟ ନୁହେଁ ତ । ପପୁଙ୍କ ଏ ଠୁମକା ପଛରେ ଲୁଚି ରହିନି ତ ପଶ୍ଚାତାପର ଲୁହ । କାରଣ ତାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେବାର ଅଭିଯୋଗ । ତେଣୁ ଗଣମାଧ୍ୟମଠାରୁ ଭାଗମାପ ଦୂରତାରେ ରହୁଛନ୍ତି ପପୁ । ବୋଧହୁଏ ପ୍ରତିଜ୍ଞା କରିଛନ୍ତି, ଫିଲ୍ମ ଛଡା ଆଉ କିଛି କହିବେନି ପପୁ ।