ବାତ୍ୟା ‘ଫୋନି’ ପରେ ଅଣ୍ଟା ସଳଖୁଛି ଓଡିଶା । ପୁନରୁଦ୍ଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ପାୱାରଗ୍ରୀଡ୍ ।

90

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଉପକୂଳ ଓଡିଶା । ଫୋନି ଉପକୂଳ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ବର୍ବାଦ କରିବା ପରେ ପାଓ୍ଵାରଗ୍ରୀଡ଼ ପୁନରୁଦ୍ଧାର କାମରେ ଲାଗିଛି । ମେ’ ମାସ ୩ରେ ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା ଯୋଗୁଁ ବିଦ୍ୟୁତ ଯୋଗାଣରେ ବ୍ୟାପକ ପ୍ରଭାବିତ ହୋଇଥିଲା । ଫଳରେ ଲକ୍ଷାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିଲା । ପ୍ରଭାବିତ ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଛି, ଯାହାକି ଏଯାଏଁ ଜାରି ରହିଛି ।

ପାଓ୍ଵାରଗ୍ରୀଡ଼ ପକ୍ଷରୁ ସଫଳତାର ସହିତ ପୁନରୁଦ୍ଧାର କାମ କରାଯାଇଛି । ନିଜ ପାଖରେ ଥିବା କୌଶଳକୁ ବିନିଯୋଗ କରାଯାଇଛି । ପୁନରୁଦ୍ଧାର କାମରେ ୧୦୦୦ କର୍ମଚାରୀ ଲାଗିଥିଲେ । ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମଧ୍ୟ କଂପାନୀର କର୍ମଚାରୀମାନେ ଆସିଥିଲେ । ପୁନରୁଦ୍ଧାର କାମ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।