ମେକ୍ସିକୋରେ ବଡ଼ଧରଣର ଭୂକମ୍ପ ! ରିକ୍ଟର ସ୍କେଲରେ ତୀବ୍ରତା ୭.୧, ୧୩୯ଜଣଙ୍କ ମୃତ୍ୟୁ, ଭୁଷୁଡି ପଡିଲା ୪୪ଟି କୋଠା

29

କନକ ବ୍ୟୁରୋ: ମେକ୍ସିକୋରେ ବଡ଼ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ରହିଛି । ଏହି ଭୂମିକମ୍ପ ଯୋଗୁୃଁ ମେକ୍ସିକୋରେ ୧୩୯ଜଣ ପ୍ରାଣ ହରାଇଛନ୍ତି । ଏହାସହ ପାଖାପାଖି ୪୪ଟି କୋଠା ଭୁଷୁଡି ପଡିଛି । ମାଟି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଯୁଦ୍ଧକାଳିନ ଭିତିରେ ଚାଲିଛି ଉଦ୍ଧାରକାର୍ଯ୍ୟ ।

ଲୋକଙ୍କୁ ଉଦ୍ଧାର କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ପୁଏବ୍ଲା ଅଂଚଳରେ ମାଟି ଠାରୁ ପ୍ରାୟ ୫୨କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳୀ ହୋଇଥିବା ଜଣାପଡିଛି । ଆମେରିକା ଜିୟୋଲଜିଷ୍ଟ ସର୍ଭେ ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ୭.୧ ରହିଛି । ଭୂକମ୍ପରେ ଅନେକ କୋଠା ଭୁଷୁଡି ପଡିଥିବା ବେଳେ ଜୀବନ ବଂଚାଇବା ପାଇଁ ଲୋକେ ପ୍ରାଣ ବିକଳରେ ଏପଟେ ସେପଟେ ଦୌଡିଥିଲେ ।

ଭୂମିକମ୍ପ ପରେ ବିମାନ ଚଳାଚଳ ବାତିଲ କରିଦିଆଯାଇଛି । ଗତ ୨ସପ୍ତାହ ମଧ୍ୟରେ ଏହାର ଦ୍ୱିତୀୟ ତୀବ୍ରତୀ ଭୂମିକମ୍ପ । ଗତ ଥର ହୋଇଥିବା ଭୂକମ୍ପ ଶହେରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ୧୯୮୫ରେ ମେକ୍ସିକୋରେ ତୀବ୍ରତର ଭୂମିକମ୍ପ ହୋଇଥିଲେ । ଏଥିରେ ପ୍ରାୟ ୧୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ମୁତାବକ, ମଙ୍ଗଳବାର ଦିନ କେନ୍ଦ୍ରୀୟ ମେକ୍ସିକୋରେ ୭.୧ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଯୋଗୁଁ କୋଠାବାଡ଼ି ଭୁଶୁଡ଼ି ଅନ୍ୟୂନ ୧୩୯ ଲୋକଙ୍କର ମୃତ୍ୟୁ ଘଟିଛି । ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ରାବୋସୋର ପୁଏବ୍ଲା ଷ୍ଟେଟ୍ ଟାଉନ୍ ନିକଟରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା । ମେକ୍ସିକୋ ସହର ଏବଂ ନିକଟବର୍ତ୍ତୀ ରାଜ୍ୟଗୁଡ଼ିକର ଜନଗହଳି ଭରା ଅଞ୍ଚଳରେ ଡଜନାଧିକ କୋଠା ଭୁଶୁଡ଼ି ପଡ଼ିବା ସହ କେତେକ ନଷ୍ଟ ହୋଇଯାଇଛି ।

ରାଜଧାନୀର କେନ୍ଦ୍ରାଞ୍ଚଳ ନିକଟରେ ଏକ ଢାଞ୍ଚାରୁ ଧୂଆଁ କୁଣ୍ଡଳୀର ଏକ ସ୍ତମ୍ଭ ଶୂନ୍ୟକୁ ଉଠିଥିଲା । ଯୋଗକୁ ମେକ୍ସିକୀୟମାନେ ୧୯୮୫ ମସିହାରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ଭୂମିକମ୍ପ ବାର୍ଷିକୀ ପାଳନ ଦିନ ଏହା ସଂଘଠିତ ହୋଇଛି । ଏହାଛଡ଼ା ଦୁଇ ସପ୍ତାହ ତଳେ ମଧ୍ୟ ଦେଶରେ ଦକ୍ଷିଣରେ ଏକ ଭୂମିକମ୍ପ ହୋଇ ୯୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି ।