କେନ୍ଦ୍ରୀୟ ପପୁଆ ନ୍ୟୁଗିନିରେ ଭୟଙ୍କର ଭୂମିକମ୍ପ : ରିକ୍ଟର ସ୍କେଲରେ ୭.୫ ତୀବ୍ରତା

18

କନକ ବ୍ୟୁରୋ : ପପୁଆ ନ୍ୟୁଗିନିରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ୭.୫ ତୀବ୍ରତା ଥିଲା ଭୂମିକମ୍ପ । ପ୍ରଶାନ୍ତ ମହାସାଗରର ପ୍ରେଗେରିଆର ଦକ୍ଷିଣକୁ ୫୫ ମାଇଲ ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଦିଆଯାଇନାହିଁ। ପ୍ରାଥମିକ ରିପୋର୍ଟରୁ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ ।