ସହନଶୀଳତାଠୁ ଆରମ୍ଭ କରି ଶତ୍ରୁକୁ ନାକେଦମ୍ କରିବା ପର୍ଯ୍ୟନ୍ତ ପ୍ରତି ପାଦରେ ଆଗରେ ମହିଳା : ଜାଣନ୍ତୁ ଭାରତର ସାହସୀ ମହିଳା ଅଫିସରଙ୍କ ବିଷୟରେ କିଛି ।

260

ମହିଳାମାନେ ସର୍ବଦା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛନ୍ତି । ଜଳ, ସ୍ଥଳ କିମ୍ବା ଆକାଶ ପଥରେ ମହିଳାମାନେ ନିଜର ଅଦ୍ୟମ ସାହସ ଓ ପାରଦର୍ଶିତା ଦେଖାଇ ଆସିଛନ୍ତି । ଏଥିପାଇଁ ସେମାନଙ୍କୁ ସାହସିକତା ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଛି । ଦେଶର ସେହି ସଶକ୍ତ ମହିଳା ଓ ତାଙ୍କ କାହାଣୀ ବିଷୟରେ ଆଲୋଚନା କରିବା, ଯେଉଁମାନେ ଅନେକ ଭେଦଭାବ ଓ ସଂଘର୍ଷ ମଧ୍ୟରେ ଗତି କରି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଫେବୃଆରୀ ୨୦୧୧ ରେ ମେଜର ମିତାଲୀ ମଧୁମିତାଙ୍କୁ ସେନା ମେଡାଲ ବୀରତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ପାଇଥିବା ମିତାଲୀ ହେଉଛନ୍ତି ପ୍ରଥମ ମହିଳା ସେନା ଅଧିକାରୀ । ଯିଏ ୨୦୦୦ ମସିହାରେ ସର୍ଟ ସର୍ଭିସ କମିଶନ ସେନାରେ ସାମିଲ ହୋଇଥିଲେ । ସେ ୨୬ ଫେବୃଆରୀ ୨୦୧୦ ରେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ସମୟରେ ବୀରତା ଓ ସାହସିତକାର ପରିଚୟ ଦେଇଥିଲେ । ମିତାଲୀ କାବୁଲରେ ଇଂରାଜୀ ଶିକ୍ଷକତାର ଲିଡର ଥିଲେ । ଆକ୍ରମଣର ସୂଚନା ପାଇବା କ୍ଷଣି ସେଠାରେ ଉପସ୍ଥିତ ହୋଇଥିଲେ । କିନ୍ତୁ ଆଫଗାନ ସୁରକ୍ଷାକର୍ମୀ ତାଙ୍କର ଗାଡି ରୋକି ଦେଇଥିଲେ । କାହାକୁ ଖାତିର ନ କରି ମିତାଲୀ ନିଜର ସାହସିକତାର ପରିଚୟ ଦେଇଥିଲେ ଏବଂ ଏହି ଆକ୍ରମଣରୁ ଅନେକ ଲୋକଙ୍କ ଜୀବନ ବଚାଂଇବାରେ ସକ୍ଷମ ହୋଇଥିଲେ ।

୨୦୧୯ ମସିହାରେ ବାୟୁସେନା ବାଲକୋଟ ଆକ୍ରମଣରେ ପାକିସ୍ତାନ ଭାରତୀୟ ସୀମାରେ ନିଜର ଯୋଦ୍ଧା ବିମାନ ପଠାଇବାର ଦୁଃସାହସ କରିଥିଲା । କିନ୍ତୁ ଭାରତୀୟ ବାୟୁସେନା ପାକିସ୍ତାନ ଉଦ୍ୟମକୁ ବିଫଳ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବାୟୁସେନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଲିଡର ମିଂଟି ଅଗ୍ରୱାଲ । ଫାଇଟର କଣ୍ଟ୍ରୋଲର ରୁପରେ ମିଂଟି ଅଗ୍ରୱାଲ ଓ ତାଙ୍କ ଟିମ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନେତୃତ୍ୱରେ ଏଫ-୧୬ ଜେଟ୍, ମିଗ-୨୧ ମାର୍ଗଦର୍ଶନ କରିଥିଲେ । ଏହି ସେବା ପାଇଁ ଲିଡର ମିଂଟି ଅଗ୍ରୱାଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ୨୦୧୯ ଅଗଷ୍ଟରେ ଯୁଦ୍ଧ ସେବା ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସେହିଭଳି ଦିବ୍ୟା ଅଜିତ୍ କୁମାର ଡିସେମ୍ବର ୨୦୧୦ ରେ ସେନା ଏୟାର ଡିଫେନ୍ସ ଫୋର୍ସରେ ସାମିଲ ହୋଇଥିଲେ । ମାତ୍ର ୨୧ ବର୍ଷ ବୟସରେ ତାଙ୍କୁ ଅଫିସର ଟ୍ରେନିଂ ଏକାଡେମିରେ ୨୪୪ ମହିଳା ଓ ପୁରୁଷ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଚୟନ କରାଯାଇଥିଲା । ଦିବ୍ୟା ଅଜିତ୍ କୁମାରଙ୍କୁ ସ୍ୱାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ଅଧିକାରୀ ହେଉଛନ୍ତି ଦିବ୍ୟା । ୨୦୧୫ ର ଗଣତନ୍ତ୍ର ଦିବସ ପରେଡରେ ୧୫୪ ମହିଳା ଓ ପୁରୁଷଙ୍କର ନେତୃତ୍ୱ ନେଇଥିଲେ ।

୧୯୯୪ ରେ ବାୟୁସେନାର ପ୍ରଥମ ୨୫ ଟ୍ରେନିଂ ପାଇଲଟ ରୁପରେ ଯୋଡି ହେଲେ ଗୁଞ୍ଜନ ସକ୍ସେନା। କାରଗିଲ ସମୟ ୧୨ ରୁ ଅଧିକ ଥର ହେଲିକ୍ୟାପ୍ଟରର ନେଇ ରଣଭୂୂମିରେ ପହଞ୍ଚିଥିଲେ । ସେଠାରେ ସେ ଅସ୍ତ୍ର ପହଞ୍ଚାଇଥିଲେ ଓ ଚେତାଶୂନ୍ୟ ସୈନିକଙ୍କୁ ସାଙ୍ଗରେ ନେଇ ଫେରିଥିଲେ । ସୈନିକଙ୍କର ସମସ୍ତ ବ୍ୟବହାରକାରୀ ଜିନିଷ ଓ ଅସୁସ୍ଥ ସମୟରେ ସେବା ମଧ୍ୟ କରିଥିଲେ । ଗୁଞ୍ଜନ ଭାରତର ପ୍ରଥମ ମହିଳା ଯିଏ ରଣଭୂମିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ତାଙ୍କ ହେଲିକ୍ୟାପ୍ଟର ଉପରେ ମଧ୍ୟ ପାକିସ୍ତାନୀ ସୈନିକ ଆକ୍ରମଣ କରିଥିଲେ ହେଲେ ସେ ସେଠାରୁ ଖସି ଯାଇଥିଲେ । ତାଙ୍କୁ ସୋର୍ଯ୍ୟବୀର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭାରତୀୟ ସେନା ୫୫ ଫିଟ ଆକାରର ଜାହାଜ ଆଇଏନ ତାରିଣୀରେ ୬ ମହିଳା ନୌସେନା ନାବିକା ସାଗର ପରିକ୍ରମା ମିଶନରେ କାର୍ଯ୍ୟ କରିଥିଲେ । ଲେ. କମାଣ୍ଡର ବର୍ତିକା ଜୈସି ନେତୃତ୍ୱରେ ଏହି ଟିମରେ ଲେ କମାଣ୍ଡର ପ୍ରତିଭା ଜାୟସବାଲ, ଲେ. ପି ସ୍ୱାତି, ବିଜୟା ଦେବୀ, ବି ଐଶ୍ୱର୍ଯ୍ୟା ଓ ପାୟଲ ଗୁପ୍ତା ସାମିଲ ହୋଇଥିଲେ ।

୨୦୧୭ ଡିସେମ୍ବର ୧୦ରୁ ୨୧ ମେ ୨୦୧୮ ଅର୍ଥାତ ୨୫୪ ଦିନରେ ୨୧୬୦୦ ହଜାର ନାଟିକଲ ଦୂରତା ଯାଇ ସମସ୍ତେ ସମୁଦ୍ର ଦେଇ ପୃଥିବୀ ପାଶ୍ୱର୍ରେ ଘୂରିଥିଲେ । ୧୪୦ କିମି ପ୍ରତି ଘଣ୍ଟା ଘୂରିଥିଲେ । ୧୦-୧୦ ମିଟର ଉଚ୍ଚା ମଧ୍ୟ ବାଧା ସୃଷ୍ଟି କରି ପାରି ନଥିଲା । ତାଙ୍କର ଏହି ସଫଳତାକୁ ନେଇ ବିଶ୍ୱରେ ଏହି ମହିଳା ପରିଚୟ ସୃଷ୍ଟି କରି ପାରିଥିଲେ । ଏଥିପାଇଁ ରାଷ୍ଟ୍ରପତି ତାଙ୍କୁ ନୌ-ସେନା ବୀରତା ପୁରଷ୍କାରରେ ସମ୍ମାନିତ କରିଥିଲେ ।