ପ୍ରସ୍ତୁତ ହୋଇଯାଆନ୍ତୁ ! ଆଗାମୀ ଦିନରେ ସମସ୍ତ ବିଦ୍ୟୁତ ମିଟର ହେବ ସ୍ମାର୍ଟ ପ୍ରିପେଡ ।

49

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ଗୁରୁବାର କହିଛନ୍ତି ଯେ, ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ସମସ୍ତ ବିଦ୍ୟୁତ ମିଟର ସ୍ମାର୍ଟ ପ୍ରିପେଡ ମିଟରରେ ପରିଣତ ହେବ । ଘରେ ଘରେ ଆଉ ବିଦ୍ୟୁତ ବିଲ ପହଞ୍ଚିବ ନାହିଁ । ମିଟର ନିର୍ମାତା ମାନଙ୍କର ଏକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଆରକେ ସିଂହ କହିଥିଲେ ଯେ, ସ୍ମାର୍ଟ ପ୍ରିପେଡ ମିଟର ଗୁଡିକର ତବାରି ବଢାଇବା ଏବଂ ସେଗୁଡିକର ମୂଲ୍ୟ ହ୍ରାସ କରିବା ସମୟର ଆବଶ୍ୟକ ଅଟେ ।

ଆଗାମୀ ବର୍ଷରେ ସ୍ମାର୍ଟ ପ୍ରିପେଡ ମିଟର ଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ହେବ । ଆରକେ ସିଂହ ମନ୍ତ୍ରାଳୟର ଅଧିକାରୀ ମାନଙ୍କୁ କହିଛନ୍ତି ଯେ, ସେମାନେ ଏକ ନିର୍ଦ୍ଦିଷ୍ଟ ସମୟରୁ ସ୍ମାର୍ଟ ମିଟରକୁ ବାଧ୍ୟତାମୂଳକ କରିବା ପାଇଁ ବିଚାର କରନ୍ତୁ । ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଦ୍ୱାରା ସମଗ୍ର ଦେଶରେ ବିଜୁଳି ସଂରକ୍ଷଣ କିଛି ମାତ୍ରାରେ ହୋଇପାରିବ । ଏହା ସହ ଲୋକମାନେ ଅତି ସହଜରେ ବିଲ ପୈଠ ମଧ୍ୟ କରିପାରିବେ । ଏଥିରେ କିଛି ଯୁବକ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ । ବୈଠକରେ ଏହି ସ୍ମାର୍ଟ ମିଟରର କାର୍ଯ୍ୟକାରିତା ସମ୍ବନ୍ଧରେ ମଧ୍ୟ ଅନେକ ଆଲୋଚନା କରାଯାଇଥିଲା ।