୪୦ ଡିଗ୍ରୀରେ ୪ଘଂଟା ! ହସ୍ପିଟାଲରୁ ବିଜୁଳି ଗାୟବ ପରେ ହନ୍ତସନ୍ତ ରୋଗୀ

29

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି । ଏହାରି ଭିତରେ ଘନ ଘନ ବିଜୁଳି କାଟ୍ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଏଥିରୁ ବାଦ୍ ପଡିନି ଜରୁରୀ କାଳୀନ ହସ୍ପିଟାଲ୍ ସେବା ।

ନୀଳଗିରିରେ ଆଜି ସକାଳୁ ୧୩ଟି ୱାର୍ଡରେ ହଠାତ କଟି ଯାଇଥିଲା ବିଜୁଳି । ଆଉ ଏହାପରେ ନୀଳଗିରି ମେଡିକାଲ ସହ ଆଖ ପାଖ ପ୍ରାୟ ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହନ୍ତସନ୍ତ ହୋଇଥିଲେ ଶହ ଶହ ରେଗୀ । ଗୋଟିଏ ପଟେ ଶରୀରର ଅସୁସ୍ଥତା ଓ ଅନ୍ୟପଟେ ବିଦ୍ୟୁତକାଟର ଯନ୍ତ୍ରଣା ରେଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଦାଉସାଧୁଥିଲା । ଏସବୁ ଭିତରେ ମେଡିକାଲରେ ଜେନେରେଟର କାମ ନକରିବାରୁ ଅବସ୍ଥା ଆହୁରି ବେହାଲ ହୋଇପଡିଥିଲା ।

ଅଘୋଷିତ ବଦ୍ୟୁତ କାଟ ସହ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ବି ଦେଖା ନଥିଲା । ଯାହା ନୀଳଗିରିରେ ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲା ।