ନିଦ ହଜାଉଛି ବିଜୁଳି କାଟ ! ପ୍ରଚଣ୍ଡ ତାତିରେ ଜନ ଜୀବନ ବେହାଲ୍

59

କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଲାଗିରହିଛି । ଏସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ବିଦ୍ୟୁତ କାଟର ଖବର । ୪୬ଡିଗ୍ରୀ ତାପମାତ୍ରାରେ ଜଳୁଛି ବୌଦ୍ଧ ସହର ଆଉ ତାକୁ ଦାଉ ସାଜୁଛି ଅଘୋଷିତ ବିଦ୍ୟୁତ୍ କାଟ୍ । ସତେ ଯେମିତି ଏହା ବୌଦ୍ଧବାସୀଙ୍କ ପାଇଁ ପାଲଟିଛି ବେଡି ଉପରେ କୋରଡା ମାଡ ।

ବିଦ୍ୟୁତ୍ କାଟ୍ ନହେବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଅଘୋଷିତ ବିଦ୍ୟୁତ କାଟ୍ ବୌଦ୍ଧ ଜିଲ୍ଲାରେ ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି । ଜିଲ୍ଲାରେ ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାର ଅନ୍ତ ଘଟୁନାହିଁ । ପ୍ରତିବର୍ଷ ଖରା ଦିନରେ ମରାମତି ନାଁରେ ବିଦ୍ୟୁତ କାଟ ଜାରି ରହିଛି ।