ପଟ୍ଟାଙ୍ଗୀ ପଲିଟିକ୍ସ । କାହାର ପଲା ରହିବ ଭାରି, କାହାକୁ ପଟ୍ଟାଙ୍ଗୀ ପାଇଁ ବାଛିବେ ଭୋଟର ?

106

କନକ ବ୍ୟୁରୋ: ପଟାଙ୍ଗୀରେ ପରାକ୍ରମ ଦେଖାଇବ କିଏ? କଂଗ୍ରେସର ପୁରୁଣା ଯୋଦ୍ଧାଙ୍କ ସହ ସାମ୍ନାସାମ୍ନି ହୋଇଛନ୍ତି ବିଜେପି-ବିଜେଡିର ନୂଆ ଯୋଦ୍ଧା । ୨୦୦୦ ପରଠାରୁ ବିଜେଡି ୩ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଥରେ ଉଡାଇଛି ବିଜୟ ବାନା । ଏଯାଏଁ ବିଜୟର ସ୍ୱାଦ ଚାଖି ପାରିନି ବିଜେପି । ତେବେ ଆଜି ରାଜ୍ୟର ୪ଟି ସଂସଦୀୟ କ୍ଷେତ୍ର ସହ ୨୮ଟି ବିଧାନସଭା ଆସନରେ ନିଜର ନେତା ବାଛିବା ପାଇଁ ଭୋଟ୍ ଦେଇଛନ୍ତି ଭୋଟର । ତେବେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ପଟ୍ଟାଙ୍ଗୀକୁ କିଏ ଦଖଲ କରିବ ମତଦାନ ସହିତ ଚାଲିଛି ଅଙ୍କ କଷାକଷି ।

 

୨୦୧୯ର ଲଢେଇ

– ବିଜେଡି: ପ୍ରୀତମ ପାଢୀ

– କଂଗ୍ରେସ: ରାମଚନ୍ଦ୍ର କାଡାମ

– ବିଜେପି: ରାମଚନ୍ଦ୍ର ପାଙ୍ଗୀ

୨୦୧୯-ବିଜେଡି: ପ୍ରୀତମ ପାଢୀ

– କଂଗ୍ରେସରୁ ବିଜେଡିରେ ସାମିଲ ହୋଇଛନ୍ତି

– ପରଜା ସଂପ୍ରଦାୟର ନେତା

୨୦୧୯-କଂଗ୍ରେସ: ରାମଚନ୍ଦ୍ର କାଡାମ

– ୧୯୯୫ ଏବଂ ୨୦୦୯ରେ ବିଧାୟକ ଥିଲେ

– ୨୦୧୪ରେ ହାରିଥିଲେ

– ଚତୁର୍ଥଥର ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ

୨୦୧୯-ବିଜେପି: ରାମଚନ୍ଦ୍ର ପାଙ୍ଗୀ 

– ଅବସରପ୍ରାପ୍ତ ଶିକ୍ଷକ

– ରାଜନୀତିରେ ଅଭିଜ୍ଞତା ନାହିଁ

– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ

– ମହିଳା ପ୍ରାର୍ଥୀ ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଦାମନଯୋଡି, ପଟ୍ଟାଙ୍ଗୀ, ନନ୍ଦପୁର, ସେମିଳିଗୁଡା ଏବଂ କୋରାପୁଟ ବ୍ଳକ୍ର ୩ଟି ପଂଚାୟତକୁ ନେଇ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଗଠିତ ।

 

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ପ୍ରିତମ ପାଢୀ କଂଗ୍ରେସରୁ ଆସି ବିଜେଡି ଟିକେଟ୍ ପାଇଛନ୍ତି

– ପ୍ରୀତମଙ୍କ ହାତରେ ପରଜା ସଂପ୍ରଦାୟର ବଡ ଭୋଟ୍ ବ୍ୟାଙ୍କ ରହିଛି

– କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଦୁଇଥର ବିଧାୟକ

– ଚତୁର୍ଥଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ରାମଚନ୍ଦ୍ର କାଡାମ

– ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ଜଣେ ଅବସରପ୍ରାପ୍ତ ଶିକ୍ଷକ

ପଟ୍ଟାଙ୍ଗୀ ବିଧାନସଭା ଆସନ

– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ

– ବିଜେଡିରୁ ୩ଥର ଜୟରାମ ପାଙ୍ଗୀ ବିଧାୟକ ଥିଲେ

– କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ୨ଥର ବିଧାୟକ ଥିଲେ

 

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୧୩୦

– ମତ ଦେଇଥିଲେ – ୧ ଲକ୍ଷ ୨୨ ହଜାର ୯୨୮

– ଭୋଟଦାନ ହାର – ୭୧.୦୦%

୨୦୧୪ର ଫଳାଫଳ

ପ୍ରାର୍ଥୀ                           ଦଳ            ଭୋଟ        ପ୍ରତିଶତ           ଫଳାଫଳ

ପ୍ରଫୁଲ ପାଙ୍ଗୀ                ବିଜେଡି        ୪୬୮୩୯     ୩୮.୧୦%       ବିଜୟୀ

ରାମ ଚନ୍ଦ୍ର କାଡ଼ାମ           କଂଗ୍ରେସ       ୩୬୦୭୫     ୨୯.୩୫%      ପରାସ୍ତ

କୃଷ୍ଣ ଚନ୍ଦ୍ର ଜାନି                ବିଜେପି        ୯୪୦୧         ୭.୬୫%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପ୍ରଫୁଲ ପାଙ୍ଗୀ

ଦଳ – ବିଜେଡି

ଭୋଟ –  ୪୬୮୩୯

ପ୍ରତିଶତ – ୩୮.୧୦%

ଫଳାଫଳ – ବିଜୟୀ

 

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – କୃଷ୍ଣ ଚନ୍ଦ୍ର ଜାନି

ଦଳ – ବିଜେପି

ଭୋଟ – ୯୪୦୧

ପ୍ରତିଶତ – ୭.୬୫%

ଫଳାଫଳ – ପରାସ୍ତ

 

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ରାମ ଚନ୍ଦ୍ର କାଡ଼ାମ

ଦଳ – କଂଗ୍ରେସ

ଭୋଟ – ୩୬୦୭୫

ପ୍ରତିଶତ – ୨୯.୩୫%

ଫଳାଫଳ – ପରାସ୍ତ

 

କିଏ ମାରିଥିଲା ବାଜି ?

– ବିଜେଡିର ପ୍ରଫୁଲ୍ଲ ପାଙ୍ଗୀ ଜିତିଥିଲେ

– ୪୬ ହଜାର ୮୩୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– କଂଗ୍ରେସ ପ୍ରାର୍ଥୀ ରାମ ଚନ୍ଦ୍ର କାଡ଼ାମଙ୍କୁ ପରାସ୍ତ କରିଥିଲେ

– ୧୦ ହଜାର ୭୬୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

– ବିଜେପି ପ୍ରାର୍ଥୀଙ୍କ ସମେତ ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

 

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୮ ହଜାର ୬୮୦

– ମତ ଦେଇଥିଲେ – ୧ ଲକ୍ଷ ୭ ହଜାର ୯୩୪

– ଭୋଟଦାନ ହାର – ୬୦.୯୧%

 

୨୦୦୯ର ଫଳାଫଳ

ପ୍ରାର୍ଥୀ                   ଦଳ          ଭୋଟ           ପ୍ରତିଶତ          ଫଳାଫଳ

ପ୍ରଫୁଲ ପାଙ୍ଗୀ        ବିଜେଡି       ୩୬୦୧୫       ୩୬.୧୪%       ପରାସ୍ତ

ରାମ ଚନ୍ଦ୍ର କାଡ଼ାମ   କଂଗ୍ରେସ      ୪୧୪୫୧        ୪୧.୬୦%        ବିଜୟୀ

ଧନପତି ଇଡ଼ିଂ        ବିଜେପି        ୯୨୫୭         ୯.୨୯%          ପରାସ୍ତ

 

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ପ୍ରଫୁଲ ପାଙ୍ଗୀ

ଦଳ – ବିଜେଡି

ଭୋଟ –  ୩୬୦୧୫

ପ୍ରତିଶତ – ୩୬.୧୪%

ଫଳାଫଳ – ପରାସ୍ତ

 

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଧନପତି ଇଡ଼ିଂ

ଦଳ – ବିଜେପି

ଭୋଟ – ୯୨୫୭

ପ୍ରତିଶତ – ୯.୨୯%

ଫଳାଫଳ – ପରାସ୍ତ

 

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ରାମ ଚନ୍ଦ୍ର କାଡ଼ାମ

ଦଳ – କଂଗ୍ରେସ

ଭୋଟ – ୪୧୪୫୧

ପ୍ରତିଶତ – ୪୧.୬୦%

ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?

– କଂଗ୍ରେସର ରାମ ଚନ୍ଦ୍ର କାଡାମ ବିଜୟୀ ହୋଇଥିଲେ

– ୪୧ ହଜାର ୪୫୧ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ପରାସ୍ତ କରିଥିଲେ

– ୫ ହଜାର ୪୩୬ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ କଂଗ୍ରେସ ପ୍ରାର୍ଥୀ

– ବିଜେପି ସମେତ ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା

– ଧନପତି ଇଡିଂଙ୍କ ସ୍ଥାନରେ କୃଷ୍ଣ ଚନ୍ଦ୍ର ଜାନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି