ବିଧାନସଭାରେ ପ୍ରଶ୍ନକାଳ ସ୍ୱାଭାବିକ : ଆଳୁ ମିଶନର ବିଫଳତା ନେଇ ଗୃହରେ ଅଭିଯୋଗ ଆଣିଲେ ବିରୋଧୀ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ପ୍ରଶ୍ନୋତର କାଳରେ ଆଳୁ ମିଶନର ବିଫଳତା ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଘେରିଲେ ବିରୋଧୀ ।

ଶୀତଳଭଣ୍ଡାର ଅଭାବ ସହ ପଶ୍ଚିମବଙ୍ଗ ଆଳୁ ରପ୍ତାନି ବନ୍ଦ ପ୍ରସଙ୍ଗ ମଧ୍ୟ ଉଠାଇଲେ । ତେବେ ବିରୋଧୀଙ୍କ ପ୍ରଶ୍ନର ଉତର ରଖି ଆଳୁ ମିଶନର ବିଫଳତାକୁ ଖଣ୍ଡନ କରିଛନ୍ତି କୃଷିମନ୍ତ୍ରୀ ।

ଆଳୁ ମିଶନ ଜରିଆରେ ଚାଷ ଜମିର ପରିମାଣ ବୃଦ୍ଧି ପାଇଛି । ୨୦୧୪-୧୫ରେ ୫ ହଜାର ୮୦୫ ହେକ୍ଟର ଜମିରେ ଆଳୁଚାଷ ହେଉଥିଲା । କିନ୍ତୁ ଏବେ ତାହା ବୃଦ୍ଧି ପାଇ ୫ ହଜାର ୧୨୩ ହେକ୍ଟର ଜମିରେ ଆଳୁ ଚାଷ ହେଉଛି ।

ରାଜ୍ୟର ୨୩୩ ବ୍ଲକରେ ମରୁଡି ଓ ଜଳାଭାବ ସତ୍ୱେ ୨.୭୮ ଲକ୍ଷ ଟନ୍ ଆଳୁ ଚାଷ ହୋଇଥିବା କହିଛନ୍ତି କୃଷିମନ୍ତ୍ରୀ । ତେବେ ପଶ୍ଚିମବଂଗ ଆଳୁ ରପ୍ତାନି ବନ୍ଦ କଲେ ରାଜ୍ୟରେ ଆଳୁର ଅଭାବ ଦେଖା ଯାଉଥିବା ଘଟଣାକୁ ସ୍ୱୀକାର କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ ।