ଆଳୁ ସହିତ ଏମିତି କିଛି କରାଯାଇଛି କି, ତାକୁ ୧ କୋଟିରୁ ଅଧିକ ଥର ଦେଖିସାରିଲେଣି ଲୋକ । ଭାଇରାଲ ହେଉଛି ଭିଡିଓ

230

ମେକଅପ୍ କୁ ନେଇ ଏପର୍ଯ୍ୟନ୍ତ ଅଗଣିତ ମଜାକିଆ ଭିଡିଓ ଦେଖିସାରିଲେଣି, ଯେଉଁଥିରେ ଝିଅମାନେ କୌଣସି ହିରୋଇନ୍ ଠାରୁ କମ୍ ଲାଗନ୍ତିନି । କିନ୍ତୁ ଆପଣ କେବେ ଆଳୁର ମେକଅପ୍ ହେଉଥିବା ଦେଖିଛନ୍ତି । କେବେ ଦେଖିନଥିବେ । ନିଜର ମେକଅପ୍ ଟ୍ୟାଲେଣ୍ଟ ଦେଖାଇବା ପାଇଁ ବ୍ଲଗର୍ସ କ’ଣ କ’ଣ ନକରନ୍ତି । କେବେ କୌଣସି ଡମି ତ କେବେ କୌଣସି ମଡେଲ ସହାୟତାରେ ନିଜର ପ୍ରତିଭା ଦେଖାନ୍ତି । କିନ୍ତୁ ଏଥର ଆଳୁ କୁ ମେକଅପ୍ କରୁଥିବା ଭିଡିଓ ଭାଇରାଲ ହେଉଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍ ଟକ୍ ରେ ଆଳୁର ମେକଅପ୍ ଦୃଶ୍ୟକୁ ୧୨.୮ ମିଲିୟନ୍(୧ କୋଟି ୨୮ଲକ୍ଷ) ଥର ଦେଖାଯାଇସାରିଛି । ୧୫ ସେକେଣ୍ଡର ଏହି ଭିଡିଓ ବହୁତ ଭାଇରାଲ ହେଉଛି । ଦେଖନ୍ତୁ ଆଳୁର ମେକଅପ୍ ଭିଡିଓ…